ମୋର୍ବି ପୋଲ ଦୁର୍ଘଟଣାର ତଦନ୍ତ ଅନୁଧ୍ୟାନ କରିବେ ଗୁଜରାଟ ହାଇକୋର୍ଟ: ସୁପ୍ରିମକୋର୍ଟ

ସୁପ୍ରିମ୍‌କୋର୍ଟକୁ ପ୍ରଥମ ଥର ପାଇଁ ମିଳିବେ ୩ ଦଳିତ ବିଚାରପତି

Image Courtesy of The Economic Times

ନୂଆଦିଲ୍ଲୀ: ମୋର୍ବି ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ପ୍ରକ୍ରିୟା ସମୟକୁ ସମୟ ଅନୁଧ୍ୟାନ କରିବାପାଇଁ ସୁପ୍ରିମକୋର୍ଟ ଆଜି ଗୁଜରାଟ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଆଜି ମୋର୍ବି ପୋଲ ଭୁଶୁଡ଼ିବା ଘଟଣାରେ ହୋଇଥିବା ଏକ ଆବେଦନର ଶୁଣାଣି ପାଇଁ ମନା କରିଛନ୍ତି।

ଖଣ୍ଡପୀଠ କହିଛନ୍ତି, ଗୁଜରାଟ ହାଇକୋର୍ଟର ଏକ ଡିଭିଜନ୍‌ ବେଞ୍ଚ୍‌ ଏହି ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି ଏବଂ ମାମଲାରେ ଅନେକ ନିର୍ଦ୍ଦେଶ ଦେଇ ସାରିଛନ୍ତି। ତେଣୁ ଆବେଦନକାରୀ ଗୁଜରାଟ ହାଇକୋର୍ଟ ଯିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମୋର୍ବି ପୋଲ ଭୁଶୁଡ଼ିବା ଘଟଣାରେ ୨ ଜଣ ସମ୍ପର୍କୀୟଙ୍କୁ ହରାଇ ଦେଇଥିବା ଜଣେ ବ୍ୟକ୍ତି ଏହ‌ି ମାମଲାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe