ଯାତ୍ରୀଙ୍କ ପାଇଁ ହେଲ୍‌ମେଟ୍‌ ପିନ୍ଧିବା ହେଲା ଇଚ୍ଛାଧୀନ ! ନ ପିନ୍ଧିଲେ ବି କଟିବନି ଚାଲାଣ !!

Advertisment
ଯାତ୍ରୀଙ୍କ ପାଇଁ ହେଲ୍‌ମେଟ୍‌ ପିନ୍ଧିବା ହେଲା ଇଚ୍ଛାଧୀନ ! ନ ପିନ୍ଧିଲେ ବି କଟିବନି ଚାଲାଣ !!

ଗାନ୍ଧୀନଗର: ‌ଏଣିକି ହେଲ୍‌ମେଟ୍‌ ପିନ୍ଧିବା ଯାତ୍ରୀଙ୍କ ପାଇଁ ଇଚ୍ଛାଧୀନ ‌ହୋଇଛି। ଓଡ଼ିଶାରେ ନୁହେଁ ବରଂ, ନିଜ ରାଜ୍ୟରେ ଏପରି ନୂଆ ନିୟମ ଲାଗୁ କରିଛନ୍ତି ଗୁଜୁରାଟ ସରକାର। ଏଭଳି ନିଷ୍ପତ୍ତି ନେବାରେ ଗୁଜୁରାଟ ରାଜ୍ୟରେ ପ୍ରଥମ। ଏହି କୋହଳ ନିର୍ଦ୍ଦିଷ୍ଟ ଅଞ୍ଚଳ ଲାଗି କରାଯାଇଥିବା ସୂଚନା ମିଳିଛି।

ରାଜ୍ୟର ନଗରନିଗମ ଓ ନଗରପାଳିକା ଅଞ୍ଚଳରେ ବାଇକ୍‌ ଆରୋହୀଙ୍କ ପାଇଁ ହେଲ୍‌ମେଟ୍‌ ପିନ୍ଧିବା ଇଚ୍ଛାଧୀନ ବୋଲି ସରକାର ବୁଧବାର ଘୋଷଣା କରିଛନ୍ତି। ଗୁଜୁରାଟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ପରିବହନ ମନ୍ତ୍ରୀ ଆର୍‌ ସି ଫାଲ୍‌ଦୁ ଏପରି ଘୋଷଣା କରିଛନ୍ତି।

publive-image The Better India

ଏହି ନିଷ୍ପତ୍ତି ଘୋଷଣା କରି ଫାଲ୍‌ଦୁ କହିଛନ୍ତି, ‘ନଗରପାଳିକା ଓ ନଗରନିଗମର ସହାରାଞ୍ଚଳରେ ଲୋକମାନେ ହେଲ୍‌ମେଟ୍ ପିନ୍ଧିବା ଦ୍ବାରା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆମେ ଅନେକ ଅଭିଯୋଗ ପାଇଲୁ। ଫଳରେ ଏପରି ନିଷ୍ପତ୍ତି ନେବାକୁ ଆମେ ବାଧ୍ୟ ହେଲୁ।’

ତେବେ, କଟକଣା ହଟାଯାଇଥିବା ଅଞ୍ଚଳକୁ ବାଦ୍‌ ଦେଲା ପରେ ଅନ୍ୟ ଅଞ୍ଚଳମାନଙ୍କରେ ହେଲ୍‌ମେଟ୍‌ ପିନ୍ଧିବା ପୂର୍ବ ପରି ବାଧ୍ୟତାମୂଳକ ରହିଛି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ମାସରେ ଗୁଜୁରାଟ ସରକାର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି କମ୍‌ କରିଥିବା ବେଳେ ଏବେ ଏପରି ଦ୍ବିତୀୟ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe