କ୍ରିକେଟ ଖେଳୁଥିବା ବେଳେ ହୃଦଘାତରେ ହେଲା ଯୁବକଙ୍କ ମୃତ୍ୟୁ, ୪୫ଦିନରେ ଗଲାଣି ୮ଜୀବନ

Advertisment
କ୍ରିକେଟ ଖେଳୁଥିବା ବେଳେ ହୃଦଘାତରେ ହେଲା ଯୁବକଙ୍କ ମୃତ୍ୟୁ, ୪୫ଦିନରେ ଗଲାଣି ୮ଜୀବନ

indiatoday

ଅହମଦାବାଦ: କ୍ରିକେଟ ଖେଳୁଥିବା ବେଳେ ହୃଦଘାତରେ ହେଲା ଯୁବକଙ୍କ ମୃତ୍ୟୁ। ଗୁଜରାଟର ରାଜକୋଟରେ ଘଟିଛି ଏଭଳି ଘଟଣା। କ୍ରିକେଟ୍ ଖେଳୁଥିବା ସମୟରେ ଜଣେ ୪୫ବର୍ଷ ବୟସ୍କ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ରବିବାର ଦିନ ଏହି ଘଟଣାଟି ଘଟିଥିଲା ଯେତେବେଳେ ବ୍ୟକ୍ତି ଜଣକ ଶାସ୍ତ୍ରୀ ମଇଦାନରେ ନିଜ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳୁଥିଲେ। ଏହି ସମୟରେ ହଠାତ୍ ସେ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ସୂଚନା ମୁତାବକ, ମୃତ ବ୍ୟକ୍ତିଙ୍କ ନାଁ ମୟୂର ବୋଲି ଜଣାପଡ଼ିଥିବା ବେଳେ ସେ ଖେଳୁଥିବା ବେଳେ ଟିକେ ଡରି ହୋଇଯାଇଥିଲ। ଏହା ପରେ ସେ ସଙ୍ଗେ ସଙ୍ଗେ ତଳେ ବସିପଡ଼ିବା ସହ ଓଲଟି ପଡ଼ିଥିଲେ। ତାଙ୍କ ସାଙ୍ଗମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ମିଶାଇ ଗୁଜରାଟରେ ଗତ ୪୫ଦିନ ମଧ୍ୟରେ ହୃଦଘାତରେ ୮ଜଣଙ୍କ ଜୀବନ ଗଲାଣି।

ମୟୂରଙ୍କ ପଡୋଶୀଙ୍କ ପକ୍ଷରୁ କୁହାଯାଇଛି ‌ଯେ, ସେ ହିଁ ଘର ଚଳାଉଥିଲେ। ତାଙ୍କର କୌଣସି ଖରାପ ଅଭ୍ୟାସ ନଥିଲା। ଏବେ ତାଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି। ମୟୂରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କିଭଳି ଚଳିବ, ଏବେ ସେ ପ୍ରଶ୍ନ ସମସ୍ତଙ୍କ ମୁଣ୍ଡରେ।

ତେବେ ଦେଖିବାକୁ ଗଲେ ଗତ କିଛି ବର୍ଷ ହେବ ହୃଦଘାତ ବଢ଼ିଛି। ପୂର୍ବ ଅପେକ୍ଷା ଏବେ ଅଧିକ ଲୋକ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଖବର ଦେଶର ଭିିନ୍ନ କୋଣରୁ ଆସିଛି। ହୃଦଘାତ ବଢ଼ୁଥିବାରୁ ଡାକ୍ତର ସୁସ୍ଥ ଜୀବନଶୈଳୀ ଓ ବ୍ୟାୟାମ କରିବାକୁ ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe