ମଜାରେ ସମ୍ପର୍କୀୟ ଭାଇର ବ୍ୟକ୍ତିଗତ ଅଙ୍ଗରେ କମ୍ପ୍ରେସର ପାଇପ୍ ଭର୍ତ୍ତି କରିଦେଲେ ଯୁବକ, ଚାଲିଗଲା ଜୀବନ

Advertisment

ମଜାରେ ସମ୍ପର୍କୀୟ ଭାଇର ଗୁପ୍ତାଙ୍ଗରେ କମ୍ପ୍ରେସର ପାଇପ୍ ଭର୍ତ୍ତି କରିଦେଲେ ଯୁବକ। ଘଟଣା ପରେ ପୀଡ଼ିତ ଅଚେତ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମଜାରେ ସମ୍ପର୍କୀୟ ଭାଇର ଗୁପ୍ତାଙ୍ଗରେ କମ୍ପ୍ରେସର ପାଇପ୍ ଭର୍ତ୍ତି କରିଦେଲେ ଯୁବକ। ଘଟଣା ପରେ ପୀଡ଼ିତ ଅଚେତ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

tgujat

କଡି(ଗୁଜରାଟ): ମଜାରେ ସମ୍ପର୍କୀୟ ଭାଇର ଗୁପ୍ତାଙ୍ଗରେ କମ୍ପ୍ରେସର ପାଇପ୍ ଭର୍ତ୍ତି କରିଦେଲେ ଯୁବକ। ଘଟଣା ପରେ ପୀଡ଼ିତ ଅଚେତ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାଟି ଘଟିଛି ଗୁଜରାଟର କଡିରେ ଘଟିଛି। ସୋମବାର ଏହି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ମୃତକର ନାମ ପ୍ରକାଶ ବୋଲି ଜଣାପଡ଼ିଥିବା ବେଳେ ମଜା କରିଥିବା ଭାଇର ନାମ ଅଳ୍ପେଶ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଅଫିସ ଛୁଟି ଥିବାରୁ ପ୍ରକାଶ ତାଙ୍କ ଭାଇ ଘେଭାଭାଇଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ। ସେଠାରେ ପ୍ରକାଶଙ୍କ ସମ୍ପର୍କୀୟ ଭାଇ ଅଳ୍ପେଶ ମଜା କରି ତାଙ୍କ ଗୁପ୍ତାଙ୍ଗରେ ଏକ କମ୍ପ୍ରେସର ପାଇପ୍ ଭର୍ତ୍ତି କରି ଦେଇଥିଲେ। ଏହା ପରେ, ପ୍ରକାଶଙ୍କ ଶରୀର ଭିତରକୁ ପବନ ଚାଲିଯାଇଥିଲା, ଯାହା ଫଳରେ ତାଙ୍କର ବାନ୍ତି ହେଲା ଏବଂ ସେ ଚେତାଶୂନ୍ୟ ହୋଇଗଲା। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରୁ ତାଙ୍କୁ ପୁଣି ଅହମଦାବାଦ ସିଭିଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଏବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe