Image Courtesy of Zee News
ନୂଆଦିଲ୍ଲୀ: ‘ବିଜେପି’ର ‘ଗୁଜରାଟ ମଡେଲ୍’କୁ ଶନିବାର ଦିନ ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ର ‘ଘୃଣା ଓ ହତ୍ୟା’ ପରେ ‘ସମ୍ମାନ ଓ ପୁରସ୍କାର’ ବୋଲି କହି ସମାଲୋଚନା କରିଛନ୍ତି।
ଗୋଧ୍ରାର ବିଧାୟକଙ୍କୁ ଆସନ୍ତାମାସରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ‘ବିଜେପି’ ଟିକେଟ୍ ଦେବାରୁ ମହୁଆ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ବିଲ୍କିସ୍ ବନୋଙ୍କ ସହିତ ଦୁଷ୍କର୍ମ କରିଥିବା ଦୋଷୀଙ୍କୁ ଜେଲ୍ରୁ ମୁକ୍ତ କରାଯିବା ପରେ ଗୋଧ୍ରା ବିଧାୟକ କହିଥିଲେ ଯେ, ସେମାନେ ହେଉଛନ୍ତି ‘ସଂସ୍କାରୀ ବ୍ରାହ୍ମଣ’।
ଟୁଇଟ୍ କର ମହୁଆ ଲେଖିଛନ୍ତି: ବିଲ୍କିସ୍ ମାମଲାରେ ଦୁଷ୍କର୍ମକାରୀ ଓ ଆତତାୟୀଙ୍କୁ ‘ସଂସ୍କାରୀ ବ୍ରାହ୍ମଣ’ କହିଥିବା ଗୋଧ୍ରା ବିଧାୟକଙ୍କୁ ‘ବିଜେପି’ ପୁଣି ଠିଆ କରାଇଛି। ଏହା ହେଉଛି ଗୁଜରାଟ ମଡେଲ୍। ଘୃଣା ଓ ହତ୍ୟା। ତା’ପରେ ସମ୍ମାନ ଓ ପୁରସ୍କାର।
Image Courtesy of The Siasat Dailyବିଲ୍କିସ୍ ବାନୋ ମାମଲାରେ ୧୧ଜଣ ଦୁଷ୍କର୍ମକାରୀଙ୍କୁ ଜେଲ୍ରୁ ମୁକ୍ତ କରାଯିବା ଘଟଣାକୁ ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ୍ କରିଥିବା ଅନେକ ପିଟିସନ୍କାରୀଙ୍କ ମଧ୍ୟରୁ ମହୁଆ ଅନ୍ୟତମା। ଦୋଷୀମାନଙ୍କୁ ଜେଲ୍ରୁ ମୁକ୍ତ କରିବା ରାୟ ପ୍ରତ୍ୟାହାର କରିବା ନିମନ୍ତେ ସେମାନେ ପିଟିସନ୍ ଦାଏର୍ କରିଥିଲେ। ନଭେମ୍ବର ୨୯ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।
ସ୍ମରଣଯୋଗ୍ୟ, ବିଲ୍କିସ୍ ବନୋ ମାମଲାର ଦୋଷୀମାନେ ଜେଲ୍ରୁ ମୁକୁଳିବାର କିଛି ଦିନ ପରେ ‘ମୋଜୋ ଷ୍ଟୋରି’ ନିମନ୍ତେ ଅଗଷ୍ଟ ମାସରେ ସାକ୍ଷାତ୍କାର ସମୟରେ ଗୋଧ୍ରାର ‘ବିଜେପି’ ନେତା ଚନ୍ଦ୍ରସିଂହ ରୌଲ୍ଜି ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ସେ ଥିଲେ ଗୁଜରାଟ ସରକାରୀ କମିଟିର ଅନ୍ୟତମ ସଦସ୍ୟ। ୧୧ଜଣ ଦୋଷୀଙ୍କୁ ଜେଲ୍ରୁ ମୁକ୍ତ କରିବା ପ୍ରସ୍ତାବକୁ ସେ ମଞ୍ଜୁର କରିଥିଲେ।
ସାକ୍ଷାତ୍କାରରେ ସେ କହିଥିଲେ ଯେ, ଦୁଷ୍କର୍ମକାରୀମାନେ ଭଲ ଲୋକ, ବ୍ରାହ୍ମଣ ମଧ୍ୟ। ଉତ୍ତମ ସଂସ୍କାର ପାଇଁ ବ୍ରାହ୍ମଣମାନେ ସୁପରିଚିତ। କେହି ବୋଧହୁଏ ଷଡ଼ଯନ୍ତ୍ର କରି ସେମାନଙ୍କୁ ସଜ୍ଜା ଦିଆଇଛି। ଏହାଛଡ଼ା, ଜେଲ୍ରେ ଥିବା ବେଳେ ଦୋଷୀମାନେ ଉତ୍ତମ ଆଚରଣ ମଧ୍ୟ ପ୍ରଦର୍ଶନ କରୁଥିଲେ।
Follow Us