ଗୁଜୁରାଟର ୪ଟି ସହରରେ ବଢ଼ିଲା ନାଇଟ କର୍ଫ୍ୟୁ ଅବଧି, ଦର୍ଶକଙ୍କ ବିନା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ୩ଟି ଟି-୨୦ ମ୍ୟାଚ୍

Advertisment
ଗୁଜୁରାଟର ୪ଟି ସହରରେ ବଢ଼ିଲା ନାଇଟ କର୍ଫ୍ୟୁ ଅବଧି, ଦର୍ଶକଙ୍କ ବିନା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ୩ଟି ଟି-୨୦ ମ୍ୟାଚ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ିବାରୁ ଗୁଜୁରାଟର ୪ଟି ସହରରେ ନାଇଟ କର୍ଫ୍ୟୁ ଅବଧି ବଢ଼ିଛି। ଅହମଦାବାଦ, ସୁରଟ, ବଡ଼ୋଦରା ଏବଂ ରାଜକୋଟରେ ନାଇଟ କର୍ଫ୍ୟୁ ଅବଧି ବଢ଼ାଯାଇଛି। ପୂର୍ବରୁ ଏହି ୪ଟି ସହରରେ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଏବେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନେତୃତ୍ୱରେ କରୋନାଭାଇରସ୍ ଟାସ୍କଫୋର୍ସର କୋର କମିଟି ବୈଠକରେ ମଙ୍ଗଳବାର ଏହି ନିଷ୍ପତ୍ତି ନିଆଯାଇଛି।

କରୋନା ସଂକ୍ରମଣରେ ହଠାତ ବୃଦ୍ଧି ଘଟିବା ହେତୁ ପ୍ରଥମେ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା। ହେଲେ ନାଇଟ କର୍ଫ୍ୟୁ ପରେ ମଧ୍ୟ ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବାରୁ ଏବେ ଏହାର ଅବଧି ବଢ଼ାଇଛନ୍ତି ଗୁଜୁରାଟ ସରକାର। ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ।

Night Curfew Imposed in 4 Gujarat Cities Due to COVID-19 Spike. Check Time, Dates Here India.com

ସୋମବାର ଦିନ ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ସହରର ଆଠଟି ୱାର୍ଡରେ ଥିବା ରେଷ୍ଟୁରାଣ୍ଟ ଏବଂ ମଲଗୁଡ଼ିକୁ ମଧ୍ୟ ରାତି ୧୦ଟାରେ ବନ୍ଦ କରିବାକୁ କହିଛନ୍ତି। ଏହା ସହ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ (ଜିସିଏ) ପକ୍ଷରୁ କୁହାଯାଇଛି ଯେ କରୋନା ସଂକ୍ରମଣ ବଢ଼ୁଥିବା ହେତୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କୌଣସି ଦର୍ଶକଙ୍କ ବିନା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଗାମୀ ତିନିଟି  ଟି-୨୦ ମ୍ୟାଚ୍ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe