ଗୁଜରାଟ ଝୁଲାପୋଲ ଭାଙ୍ଗିବା ଘଟଣା: ବଞ୍ଚି ଯାଇଥିବା ବ୍ୟକ୍ତିଙ୍କ ମୁହଁରୁ...

କିଛି ପିଲା ‌ପୋଲ ଦଉଡ଼ିକୁ ଖୁବ୍‌ଜୋର ହଲାଇଥିଲେ

ଗୁଜରାଟ ଝୁଲାପୋଲ ଭାଙ୍ଗିବା ଘଟଣା: ବଞ୍ଚି ଯାଇଥିବା ବ୍ୟକ୍ତିଙ୍କ ମୁହଁରୁ...

The Economic Times

ଅହମଦାବାଦ: ମୋର୍ବି ପୋଲ ଭୁଶୁଡ଼ିବା ଘଟଣାରୁ ବଞ୍ଚି ଯାଇଥିବା ଜଣେ ବ୍ୟକ୍ତି ଅଶ୍ବିନୀ ମେହରା ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ବେଳର କଥା ମନେ ପକାଇ ଅଶ୍ବିନୀ ‌କହିଛନ୍ତି, ସନ୍ଧ୍ୟା ପ୍ରାୟ ୬.୩୦ ହେବ। କିଛି ଦୁଷ୍ଟ ପିଲା ହଠାତ୍‌ ପୋଲର ଦଉଡ଼ିକୁ ଖୁବ୍‌ ଜୋରରେ ହଲାଇବା ଆରମ୍ଭ କରିଥିଲେ ଏବଂ ଦଉଡ଼ିକୁ ଲଗାତାର ଗୋଇଠା ମାରିଥିଲେ। ଏହାପରେ ୩ ଥର ଶବ୍ଦ ହେଲା ଏବଂ ପୋଲ ଭୁଶୁଡ଼ି ପଡ଼ିଲା। ମେହରା ନିକଟସ୍ଥ ଏକ ଗଛର ସାହାରା ନେଇ ସେ ବର୍ତ୍ତି ଯାଇଥିଲେ। ପରିଶେଷରେ ତାଙ୍କୁ ଉଦ୍ଧାର କରାଗଲା। ତାଙ୍କ ସହ ତାଙ୍କର ଜଣେ ସାଙ୍ଗ ଥିଲେ। ସେ ମଧ୍ୟ ବଞ୍ଚି ଯାଇଛନ୍ତି। ଅଶ୍ବିନୀ ମେହରାଙ୍କ ଗୋଡ଼ରେ ଆଘାତ ଲାଗିଛି।

ସେ ମୋର୍ବିର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷେ ଅହମଦାବାଦ ବାସିନ୍ଦା ବିଜୟ ଗୋସ୍ବାମୀ ଏବଂ ତାଙ୍କ ପରିବାର ସଦସ୍ୟ କହିଛନ୍ତି, ସେମାନେ ଝୁଲା ପୋଲ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ବିଜୟ କହିଛନ୍ତି, କିଛି ଯୁବଗୋଷ୍ଠୀ ପୋଲ ଉପରେ ଡେଇଁଥିଲେ। ପୋଲ ଏତେଜୋର ଝୁଲିଥିଲା ଯେ ଏହା ଉପରେ ଚାଲିବା କିମ୍ବା ବିନା ସହାୟତାରେ ଠିଆ ହେବା କଷ୍ଟକର ଥିଲା। ତେଣୁ ସେମାନେ ଭୟରେ ଅଧା ବାଟରୁ ଫେରି ଆସିଥିଲେ। ବିଜୟ କହିଛନ୍ତି, ଏହି କାର୍ଯ୍ୟ ବିପଜ୍ଜନକ ହେବ ବୋଲି ସେ ଅନୁମାନ କରିଥିଲେ ଏବଂ ତାହା ସତ ପ୍ରମାଣିତ ‌ହେଲା। ପୋଲ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ସେ ଏହି ସମ୍ପର୍କରେ ଅବଗତ କରିଥିଲେ ସୁଦ୍ଧା ସେମାନେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe