ଟସ୍ ଜିତିଲା ଗୁଜରାଟ ଟାଇଟନ୍ସ: ପ୍ରଥମେ ବୋଲିଂ ନିଷ୍ପତ୍ତି

Advertisment
ଟସ୍ ଜିତିଲା ଗୁଜରାଟ ଟାଇଟନ୍ସ: ପ୍ରଥମେ ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ର ୪୦ତମ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣଜେଟଲୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମାନ୍ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାଡରେ ରିଷଭ ପନ୍ତ (ୱିକେଟକିପର ଏବଂ ଅଧିନାୟକ ) , ଡେଭିଡ ୱାର୍ଣ୍ଣର , ଜେକେ ଫ୍ରେଜର-ମ୍ୟାକଗର୍କ , ଅଭିଷେକ ପୋରେଲ , ତ୍ରିଷ୍ଟାନ ଷ୍ଟବ୍ସ , ଆକ୍ଷର ପଟେଲ , ଲଲିତ ଯାଦବ , କୁଲଦୀପ ଯାଦବ , ଅନରିଚ ନର୍ଟେ , ଖାଲିଲ ଅହମ୍ମଦ , ମୁକେଶ କୁମାର , ପୃଥ୍ବୀ ଶ୍ବ , ଶାଇ ହୋପ୍ , ପ୍ରବୀଣ ଦୁବେ , ରଶିକ ଦାର ସଲାମ , ସୁମିତ କୁମାର , କୁମାର କୁଶାଗ୍ରା , ୟଶ ଧୁଲ , ଭିକି ଓଷ୍ଟୱାଲ , ସ୍ବସ୍ତିକ ଚିକାରା , ଜାଇ ରିଚାର୍ଡସନ , ରିକି ଭୁଇ , ଲିଜାଡ ୱିଲିୟମ୍ସ , ଇଶାନ୍ତ ଶର୍ମା ପ୍ରମୁଖ ଅଛନ୍ତି।

ସେହିପରି ଗୁଜୁରାଟ ଟାଇଟାନ୍ସ ସ୍କ୍ବାଡରେ ରିଦ୍ଧିମାନ ସାହା (ୱିକେଟକିପର) , ଶୁବମାନ ଗିଲ (ଅଧିନାୟକ) , ଡେଭିଡ ମିଲର , ଆଜମତୁଲ୍ଲା ଓମାରଜାଇ , ଶାହାରୁଖ ଖାନ , ରାହୁଲ ତେୱାଟିଆ , ରସିଦ ଖାନ , ରବିଶ୍ରୀନିବାସନ ସାଇ କିଶୋର , ନୁର ଅହମ୍ମଦ , ସନ୍ଦୀପ ୱାରିଅର୍ , ମୋହିତ ଶର୍ମା , କେନ୍ ୱିଲିୟମ୍ସନ୍ , ସାଇ ସୁଦର୍ଶନ , ଶରତ ବିଆର , ମାନବ ସୂତାର , ବିଜୟ ଶଙ୍କର , ଦର୍ଶନ ନାଲକାଣ୍ଡେ , କାର୍ତ୍ତିକ ତ୍ୟାଗି , ସ୍ପେନ୍ସର ଜନସନ , ସୁଶାନ୍ତ ମିଶ୍ର , ଜୋଶୁଆ ଲିଟିଲ , ଅଭିନଭ ମନୋହର , ଜୟନ୍ତ ଯାଦବ , ଉମେଶ ଯାଦବ , ମାଥ୍ୟୁ ୱେଡ ପ୍ରମୁଖ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe