୧୨ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପାଇଁ ପତ୍ନୀ କରୁଥିଲେ ସହାୟତା, ପୁଲିସ୍‌ରେ ଅଭିଯୋଗ ଆଣିଲେ ପତି

Advertisment
୧୨ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପାଇଁ ପତ୍ନୀ କରୁଥିଲେ ସହାୟତା, ପୁଲିସ୍‌ରେ ଅଭିଯୋଗ ଆଣିଲେ ପତି

Deccan Herald

ଭାବନଗର: ଜଣେ ନାବାଳିକାକୁ ୩ ଜଣ ଲୋକ ଦୀର୍ଘ ୧ ବର୍ଷ ଧରି ଦୁଷ୍କର୍ମ କରି ଆସୁଥିଲେ ବୋଲି ନାବାଳିକାର ବାପା ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି। ‌ସବୁଠାରୁ ଲଜ୍ଜାର କଥା ହେଉଛି ଏହି କୁକର୍ମରେ ପୀଡ଼ିତା ମାଆଙ୍କ ହାତ ଥିଲା ବୋଲି ବାପା ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ପୀଡ଼ିତାର ମାଆ କେଉଁ ଆଡ଼େ ପଳାଇ ଯାଇଛନ୍ତି। ଅଭିଯୁକ୍ତମାନେ ହେଉଛନ୍ତି ଶାନ୍ତି(୪୬), ବାବୁ ଭାଇ(୪୩) ଓ ଚନ୍ଦ୍ରେଶ(୩୨)।

ଏହି ଘଟଣା ପଲିତାନା ତାଲୁକା ଅଞ୍ଚଳର ଭୁଟିଆ ଗ୍ରାମରେ ଘଟିଛି। ଶନିବାର ପୁଲିସ୍‌ ଷ୍ଟେସନ୍‌ରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ପୀଡ଼ିତାର ବୟସ ମାତ୍ର ୧୨ ବର୍ଷ ବୋଲି ଜଣାପଡ଼ିଛି।

publive-image https://www.indiatoday.in/

ପୀଡ଼ିତା ନାବାଳିକାର ବାପା ପୁଲିସ୍‌ରେ ଅଭିଯୋଗ ଆଣି କହିଛନ୍ତି ଯେ ୩ ଜଣ ଲୋକ ଲଗାତର ଭାବେ ତାଙ୍କ ଝିଅକୁ ଦୁଷ୍କର୍ମ କରି ଆସୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଥିରେ ତାଙ୍କ ପତ୍ନୀଙ୍କ ହାତ ରହିଛି।

ପୀଡ଼ିତା ପୁଲିସ୍‌ରେ ବୟାନ ଦେଇ କହିଛନ୍ତି ଯେ ତାଙ୍କ ବାପାଙ୍କୁ କିଛି ଖୁଆଇବା ବାହାନାରେ ବାହାରକୁ ଡାକି ନିଆଯିବା ପରେ ତାଙ୍କର ଦୁଷ୍କର୍ମ କରାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe