ଗୁଜରାଟ ଝୁଲାପୋଲ ବିବାଦ ଥମୁନି: କଳଙ୍କି ଲାଗିଥିବା କେବୁଲ୍‌ ବଦଳା ଯାଇ ନଥିଲା

Advertisment

ନବୀକରଣ ପାଇଁ ଠିକାଦାର ଯୋଗ୍ୟ ନଥିଲେ

ନବୀକରଣ ପାଇଁ ଠିକାଦାର ଯୋଗ୍ୟ ନଥିଲେ

ଗୁଜରାଟ ଝୁଲାପୋଲ ବିବାଦ ଥମୁନି: କଳଙ୍କି ଲାଗିଥିବା କେବୁଲ୍‌ ବଦଳା ଯାଇ ନଥିଲା

Hindustan

ଗାନ୍ଧୀନଗର: ମୋର୍ବି ଝୁଲାପୋଲ ମରାମତି ଓ ନବୀକରଣ କାର୍ଯ୍ୟରେ ହୋଇଥିବା ତ୍ରୁଟିବିଚ୍ୟୁତି ବିଷୟ ଧୀରେ ଧୀରେ ପଦାକୁ ଆସୁଛି। ରିମାଣ୍ଡରେ ଅଭିଯୁକ୍ତମାନଙ୍କୁ ଆଣିବା ଲାଗି ପୁଲିସ ଅଦାଲତରେ ଯେଉଁ ତଥ୍ୟ ଦାଖଲ କରିଛି ସେ‌ଥିରେ ଏସବୁ ବିଷୟ ଉଲ୍ଲେଖ କରାଯାଇଛି। ପୋଲ ମରାମତିରେ ବ୍ୟବହାର ହୋଇଥିବା ସାମଗ୍ରୀ ଅତ୍ୟନ୍ତ ନିମ୍ନମାନର ଥିଲା।। ସଂପୂର୍ଣ୍ଣ ପୋଲର ଢାଞ୍ଚା ମଧ୍ୟ ଦୁର୍ବଳ ରହିଥିଲା। ମରାମତି ପୂର୍ବରୁ ୧୪୩ ବର୍ଷର ଏହି ପୁରୁଣା ପୋଲର କୌଣସି ଢାଞ୍ଚାଗତ ଅଡିଟ୍ ବି ହୋଇ ନଥିଲା। ଯେଉଁ କେବୁଲ୍‌ ଛିଡ଼ିଛି ତାହା ସହିତ ଅଧିକାଂଶ କେବୁଲ୍‌ରେ କଳଙ୍କି ଲାଗି ଯାଇଥିଲା। କେବୁଲ୍‌ର ମରାମତି କରାଯାଇଥିଲେ ଏହି ଦୁର୍ଘଟଣା ହୋଇ ନଥାନ୍ତା। ନବୀକରଣ ସମୟରେ କେବଳ ପ୍ଲାଟଫର୍ମକୁ ବଦଳାଯାଇଥିଲା। ପ୍ଲାଟଫର୍ମ ମରାମତି ଯୋଗୁ ପୋଲର ଓଜନ ବଢ଼ିଯାଇଥିଲା।

ନବୀକରଣ କାର୍ଯ୍ୟ ପାଇଁ ଯେଉଁ ଠିକାଦାରଙ୍କୁ ନିଯୁକ୍ତ କରାଯାଇଥିଲା ସେ ଏହି କାର୍ଯ୍ୟ ପାଇଁ ଯୋଗ୍ୟ ନଥିଲେ। ସେହିଭଳି ସବକଣ୍ଟ୍ରାକ୍ଟର କେବଳ ପୋଲରେ ରଙ୍ଗମାରିବା ସହିତ କେବୁଲ ପଲିସ କରିଥିଲେ। ପୋଲରେ କେତେ ଲୋକ ଯାଇପାରିବେ ପରୀକ୍ଷା କରାନଯାଇ ପୋଲକୁ ଖୋଲି ଦିଆଯାଇଥିଲା। ମରାମତି କାର୍ଯ୍ୟର କୌଣସି କାଗଜପତ୍ର ପ୍ରସ୍ତୁତ ‌ହୋଇନାହିଁ। ଏପରିକି ବିଶେଷଜ୍ଞଙ୍କ ଦ୍ବାରା ମଧ୍ୟ ଏହାର ଅଡିଟ୍‌ କରାଯାଇନାହିଁ। କମ୍ପାନି ହାତରେ ଡିସେମ୍ବର ପର୍ଯ୍ୟନ୍ତ ପୋଲ ଖୋଲିବାକୁ ସମୟ ଥିଲା। କିନ୍ତୁ ପୋଲକୁ ଆଗୁଆ ଖୋଲି ଦିଆଯାଇଥିଲା। ଜରୁରୀକାଳୀନ ଉଦ୍ଧାର ଯୋଜନା କିଛି ନଥିଲା କିମ୍ବା ଜୀବନରକ୍ଷାକାରୀ ଉପକରଣ ବି ନଥିଲା ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe