ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବାରୁ ମନ୍ତ୍ରୀଙ୍କ ପୁଅକୁ ଗିରଫ କରିଥିବା ମହିଳା କନ୍‌‌ଷ୍ଟେବଲ୍‌ ଚାକିରିରୁ ଇସ୍ତଫା ଦେଲେ?

Advertisment
ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବାରୁ ମନ୍ତ୍ରୀଙ୍କ ପୁଅକୁ ଗିରଫ କରିଥିବା ମହିଳା କନ୍‌‌ଷ୍ଟେବଲ୍‌ ଚାକିରିରୁ ଇସ୍ତଫା ଦେଲେ?

The Tribune

ସୁରଟ: ଲକ୍‌ଡାଉନ୍‌ ନିୟମ ଉଳ୍ଲଂଘନ କରିଥିବା ମନ୍ତ୍ରୀଙ୍କ ପୁଅକୁ ଗିରଫ କରିଥିବା ଗୁଜୁରାଟର ମହିଳା ପୁଲିସ୍‌ ତାଙ୍କ ଚାକିରିରୁ ଇସ୍ତଫା ଦେଇଛନ୍ତି ବୋଲି ଉଠିଥିବା କଥାକୁ ବରିଷ୍ଠ ପୁଲିସ୍‌ ଅଧିକାରୀ ଅସ୍ବୀକାର କରିଛନ୍ତି।

ଜାଣିବାକୁ ମିଳିଛି ଯେ ଗୁଜୁରାଟ ମନ୍ତ୍ରୀଙ୍କ ପୁଅ ପ୍ରକାଶ କନାନି ଓ ତାଙ୍କର ଦୁଇ ବନ୍ଧୁ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ରବିବାର ଗିରଫ ହୋଇଥିଲେ। ସେମାନେ ରାତ୍ରକାଳୀନ କର୍ଫ୍ୟୁକୁ ନମାନି କୋଭିଡ୍‌-୧୯ ହଟ୍‌ସ୍ପଟ୍‌ ଅଞ୍ଚଳରେ ରାସ୍ତାରେ ଯାଉଥିବା କାରଣରୁ ମହିଳା ପୁଲିସ୍‌ ଜଣକ ତାଙ୍କୁ ଗିରଫ କରିଥିବା କଥା ଚାରିଆଡ଼େ ଚର୍ଚ୍ଚା ପାଲଟିଥିଲା।

publive-image The Tribune

ମନ୍ତ୍ରୀଙ୍କ ପୁଅକୁ ଗିରଫ କରିଥିବା ମହିଳା ପୁଲିସ୍‌ ଜଣକ ଗଣମାଧ୍ୟମରେ କହିଛନ୍ତି କି ‘ମୁଁ ଇସ୍ତଫା ଦେବାକୁ ବାଧ୍ୟ ହେଲି, କାରଣ ମୁଁ ମୋ ଉପର ପଦସ୍ତ ଅଧିକାରୀଙ୍କଠାରୁ କୌଣସି ସମର୍ଥନ ପାଇଲି ନାହିଁ। ମୁଁ କେବଳ ଜଣେ କନ୍‌ଷ୍ଟେବଲ୍‌ ହିସାବରେ ମୋ କର୍ତ୍ତବ୍ୟ କରୁଛି। ଏହା ଆମ ସିଷ୍ଟମ୍‌ର ସମସ୍ୟା। ମନ୍ତ୍ରୀଙ୍କ ପୁଅଙ୍କ ପରି କିଛି ଲୋକ ନିଜକୁ ଭିଭିଆଇପି ବୋଲି ଭାବି ଏପରି କାମ କରନ୍ତି।’

ମହିଳା ଜଣକ ଇସ୍ତଫା ଦେଇଥିବା କଥା କହିଥିଲେ ବି ସୁରଟର ପୁଲିସ୍‌ କମିସନର ଆର୍‌ବି ବ୍ରହ୍ମଭଟ ଏକଥାକୁ ଅସ୍ବୀକାର କରିବାରେ ଲାଗିଛନ୍ତି। ସେ କହିଛନ୍ତି କି ‘ମହିଳା କନ୍‌ଷ୍ଟେବଲ ଆଦୌ ବି ଇସ୍ତଫା ଦେଇନାହାନ୍ତି। ଏହି ଘଟଣାର ତଦନ୍ତ ଚାଲିଛି। ଏ ପରିସ୍ଥିତିରେ ସେ ଚାହିଁଲେ ବି ଇସ୍ତଫା ଦେଇପାରିବେ ନାହିଁ।’ ଉଲ୍ଲେଖଯୋଗ୍ୟ, କନ୍‌ଷ୍ଟେବଲ୍‌ ଯାଦବ ମନ୍ତ୍ରୀ ପୁଅ ସହ ତାଙ୍କ ବନ୍ଧୁମାନଙ୍କୁ ଗିରଫ କରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ସୋମନଙ୍କୁ ଜାମିନ୍‌ ମିଳିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe