ଏଣିକି କରୋନା ଟିକା ନେଲେ ମିଳୁଛି ଉପହାର

Advertisment
ଏଣିକି କରୋନା ଟିକା ନେଲେ ମିଳୁଛି ଉପହାର

ରାଜକୋଟ:  ବିଗତ ୬ ମାସ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୯୩,୨୪୯ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୨୪ କୋଟି ଟପିଯାଇଛି।

ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ବି ବୃଦ୍ଧି କରାଯାଇଛି। ଟିକାକରଣ ଅଭିଯାନ ଜୋରସୋର ଚାଲିଛି। କିଛିଲୋକ ଟିକା ନେବାକୁ ତତ୍ପର ଥିବା ବେଳେ ଆଉ କେତେକ ଟିକା ନେବାକୁ ରାଜି ହେଉ ନାହାନ୍ତି। ଏପରିସ୍ଥଳେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରାଇବା ନିମନ୍ତେ ଗୁଜୁରାଟର ରାଜକୋଟରେ ଲୋକଙ୍କୁ  ଉପହାର ପ୍ରଦାନ କରାଯାଉଛି। ରାଜକୋଟ ସ୍ବର୍ଣ୍ଣକାର ସମ୍ପ୍ରଦ‌ାୟ ପକ୍ଷରୁ ଏଭଳି ନିଆର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପଦକ୍ଷେପକୁ ପ୍ରଶଂସା ବି କରାଯାଉଛି।

ଗୁଜୁରାଟର ରାଜକୋଟରେ ମହିଳାମାନେ କରୋନା ଟିକା ନେଇ ସାରିବା ପରେ ସେମାନଙ୍କୁ ନାକଫୁଲ ଉପହାର ପ୍ରଦାନ କରାଯାଉଛି। ସେହିପରି ଟିକା ନେଉଥିବା ପୁରୁଷଙ୍କୁ ହ୍ୟ‌ାଣ୍ଡ ବ୍ଲେଣ୍ଡର ଦିଆଯାଉଛି। ଏପରି ପଦକ୍ଷେପ ଦ୍ବାରା ଯେଉଁ ଲୋକମାନେ ଟିକା ନେବା ପାଇଁ ଚାହୁଁ ନାହାନ୍ତି ସେମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇବ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୩,୨୪୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୫୧୩ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୨୪,୮୫,୫୦୯ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe