ବିମାନ ଦୁର୍ଘଟଣାରେ ହୋଇଛି ଅଭିନେତାଙ୍କ ମୃତ୍ୟୁ; ଡିଏନଏ ରିପୋର୍ଟ ମେଳା ଖାଇବା ପରେ ସ୍ପଷ୍ଟ ହେଲା

6266a11c-7aa0-42b9-8f8a-8139f3d70bbb

ଅହମଦାବାଦ୍: ଗତ ଗୁରୁବାର ଜୁନ ୧୨ରେ ଅହମଦାବାଦରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ବିମାନ ଦୁର୍ଘଟଣା ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଗୁଜୁରାଟୀ ଚଳଚ୍ଚିତ୍ର ନିର୍ମାତା ମହେଶ କଳାୱାଡିଆଙ୍କ ରହସ୍ୟମୟ ନିଖୋଜ ହେବା ଘଟଣା‌ ସାମ୍ନାକୁ ଆସିଥିଲା। ଏହାପରେ ଅଭିନେତାଙ୍କ ପରିବାର ଲୋକ ପୁଅକୁ ଖୋଜିବା ପାଇଁ ଡିଏନଏ ନମୁନା ଦାଖଲ କରିଥିଲେ।

ଏହି ଡିଏନଏ ନମୁନା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ଚିହ୍ନଟ ହୋଇଥିଲା। ଡିଏନଏ ନମୁନା ମେଳା ଖାଇବା ପ‌ରେ ନରୋଦାର ବାସିନ୍ଦା ମହେଶ କଳାୱାଡିଆଙ୍କ ମୃତ୍ୟୁ ବିମାନ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲାଗିଥିବା ନିଆଁରେ ଜଳିଯିବା ହେତୁ ହୋଇଥିବା ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, ବିମାନ ଦୁର୍ଘଟଣା ପରେ ଦୁର୍ଘଟଣାସ୍ଥଳରୁ ମିଳିଥିବା ଗାଡ଼ିଗୁଡ଼ିକର ପୁଲିସ ଯାଞ୍ଚ କରିଥିଲା। ଏହି ଯାଞ୍ଚରେ ଏକ ଦୁଇଚକିଆ ଗାଡ଼ି ମହେଶ କଳାୱାଡିଆଙ୍କ ଥିବା ପୁଲିସ ସ୍ପଷ୍ଟ କରିଥିଲା। ଏଥିସହିତ ମୃତଦେହ ଚିହ୍ନଟ ହେବାପରେ ଦୁର୍ଘଟଣାସ୍ଥଳରୁ ମିଳିଥିଲା ଗାଡ଼ି ମହେଶଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଛି।

ନରୋଦାର ବାସିନ୍ଦା ମହେଶ କଳାୱାଡିଆ ଜୁନ ୧୨ ତାରିଖ ଅପରାହ୍ନରେ ଲ ଗାର୍ଡେନ୍ ଅଞ୍ଚଳରେ ଜଣେ ପରିଚିତ ବ୍ୟକ୍ତିଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ବିମାନ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀ ଏବଂ ଭୂମିରେ ଅତି କମରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା।  ଦୁର୍ଘଟଣା ପରେ ମହେଶଙ୍କ ସହିତ ତାଙ୍କ ପରିବାରଲୋକଙ୍କ କୌଣସି ପ୍ରକାର ଯୋଗାଯୋଗ ହୋଇ ପାରି ନଥିଲା। ଏହାପରେ ପରିବାରଲୋକ ପୁଲିସରେ ମହେଶଙ୍କ ନିଖୋଜ ରିପୋର୍ଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe