ଗୁଜରାଟୀ ପତ୍ନୀହନ୍ତା ଏଫ୍‌ବିଆଇର ମୋଷ୍ଟୱାଣ୍ଟେଡ୍

Advertisment
ଗୁଜରାଟୀ ପତ୍ନୀହନ୍ତା ଏଫ୍‌ବିଆଇର ମୋଷ୍ଟୱାଣ୍ଟେଡ୍

ଅହମଦାବାଦ: ଏଫ୍‌ବିଆଇର ମୋଷ୍ଟୱାଣ୍ଟେଡ୍ ତାଲିକାରେ ଏକଦା ଅଲ୍‌କାଏଦା ନେତା ତଥା ବିଶ୍ବ ଆତଙ୍କବାଦୀ ଓସାମା ବିନ୍ ଲାଡେନ୍ ଶୀର୍ଷରେ ରହିଥିଲା। ସେହି ତାଲିକାରେ ଏବେ ୩୩ ବର୍ଷୀୟ ଗୁଜରାଟୀ ଭଦ୍ରେଶ ପଟେଲ ସ୍ଥାନ ପାଇଛି। ଆମେରିକାର ଫେଡ଼େରାଲ ତଦନ୍ତ ବ୍ୟୁରୋ (ଏଫ୍‌ବିଆଇ)ର ପ୍ରଥମ ୧୦ ଜଣ ମୋଷ୍ଟ ୱାଣ୍ଟେଡ୍ ମଧ୍ୟରୁ ପଟେଲ ଅନ୍ୟତମ। ନିଜର ୨୧ ବର୍ଷୀୟା ସ୍ତ୍ରୀ ପାଲକଙ୍କୁ ଛୁରି ଭୁଷି ହତ୍ୟା କରିବା ପରେ ୨୦୧୫ରୁ ପଟେଲ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛି। କ୍ରମେ ପଟେଲ ବିଷୟରେ ନୂଆ ନୂଆ ତଥ୍ୟମାନ ସାମନାକୁ ଆସୁଛି। ପଟେଲ କୁଆଡ଼େ ଆମେରିକାରେ ବାସ କରୁଥିବା ଜଣେ ପଞ୍ଜାବୀ ମାନବ ଚାଲାଣକାରୀ ସହାୟତାରେ ଆମେରିକାରୁ ଖସି ପଳାଇଛି। ସେହି ପଞ୍ଜାବୀ ଜଣକ କୁଆଡ଼େ ଅନ୍ୟ ମାନବ ଚାଲାଣକାରୀ ଭାରତ ପଟେଲ ଓରଫ ବବିକୁ ଗୁଜରାଟରୁ ଆମେରିକାକୁ ବେଆଇନ ମାନବ ଚାଲାଣରେ ସାହାଯ୍ୟ କରୁଥିଲା।

ଖବର ଅନୁଯାୟୀ, ବେଆଇନ ଭାବେ କାନାଡ଼ାରେ ପ୍ରବେଶ କରିବା ପୂର୍ବରୁ ପଟେଲ ପ୍ରଥମେ ଇକ୍ବେଡରରେ ତା’ର ଜଣେ ସମ୍ପର୍କୀୟ ପାଖରେ ରହୁଥିଲା। କାନାଡ଼ାରେ ତା’ର ଅନ୍ୟ ସମ୍ପର୍କୀୟ ଓ ସାଙ୍ଗମାନେ ରହୁଥିବାରୁ ପରେ ସେଠାକୁ ସେ ପଳାଇଯାଇଥିଲା। ତେବେ ସେ ବର୍ତ୍ତମାନ କେଉଁଠି ରହୁଛି, କାହାକୁ ଜଣାନାହିଁ। କାରଣ ଅହମଦାବାଦରେ ରହୁଥିବା ତା’ର ବାପାମାଆଙ୍କ ସହ ସେ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଛି।

publive-image Yes Punjab

ସାଙ୍ଗ ଓ ସମ୍ପର୍କୀୟଙ୍କ କହିବା ଅନୁସାରେ, ବିରାମଗ୍ରାମନିବାସୀ ଭଦ୍ରେଶ ପଟେଲ ୨୦୧୪ରେ ନିଜ ସ୍ତ୍ରୀ ସହ ଆମେରିକା ଯାଇଥିଲା। ସେଠାରେ ହାନୋଭର, ମରିଲାଣ୍ଡରେ ଏକ ଡଫନଟ୍ ଦୋକାନରେ କାମ କରୁଥିଲା। ଏକ ଭିଜିଟର ଭିସାରେ ଆମେରିକା ଆସିବା ପରେ ସେ ପ୍ରଥମେ ଇକ୍ବେଡରରେ କିଛିଦିନ ରହୁଥିଲା। ସେମାନଙ୍କ ଭିସା ଅବଧି ମାର୍ଚ୍ଚ ୨୦୧୫ରେ ପୂରିଗଲା। ତା’ପରେ ସେମାନେ ବେଆଇନଭାବେ ଆମେରିକାରେ ରହିଲେ। ଏହି ସମୟରେ ସ୍ବାମୀ-ସ୍ତ୍ରୀ ଭିତରେ ଅମେଳ ସୃଷ୍ଟି ହେଲା। ପାଲକ ଭାରତ ଫେରିଯିବାକୁ ଚାହିବାରୁ ଉଭୟଙ୍କ ଭିତରେ ଝଗଡ଼ା ହେଲା। ଏହାକୁ ନେଇ ସ୍ତ୍ରୀ ପାଲକଙ୍କୁ ଛୁରି ଭୁଷି ହତ୍ୟା କରିବା ପରେ ଭଦ୍ରେଶ ଫେରାର ହୋଇଯାଇଛି ଏବଂ ଆମେରିକା ପୁଲିସ ଓ ଏଫ୍‌ବିଆଇ ବି ତାକୁ ଖୋଜି ପାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe