ଟାଇମ୍‌ ମାଗାଜିନ୍‌ର ୨୦୧୯ ପ୍ରମୁଖ ୧୦୦ ସ୍ଥାନ ତାଲିକାରେ ଗୁଜରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଏବଂ ମୁମ୍ବାଇର ସୋହୋ ହାଉସ୍‌

ଟାଇମ୍‌ ମାଗାଜିନ୍‌ର ୨୦୧୯ ପ୍ରମୁଖ ୧୦୦ ସ୍ଥାନ ତାଲିକାରେ ଗୁଜରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଏବଂ ମୁମ୍ବାଇର ସୋହୋ ହାଉସ୍‌

Image Source: Zee News

ନୂଆଦିଲ୍ଲୀ: ଗୁଜରାଟର ୫୫୭ ଫୁଟ୍‌ ଉଚ୍ଚ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଏବଂ ମୁମ୍ବାଇର ‘ସୋହୋ’ ହାଉସ୍‌ ‘ଟାଇମ୍‌’ ମାଗାଜିନ୍‌ର ‘ବିଶ୍ୱର ପ୍ରମୁଖ ସ୍ଥାନ ୨୦୧୯‘ ଦ୍ୱିତୀୟ ବାର୍ଷିକ ତାଲିକାର ଅନ୍ତର୍ଭୁକ୍ତ ହୋଇଛି।

ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି: ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ସମ୍ବନ୍ଧରେ ଚମତ୍କାର ଖବର- ଟାଇମ୍‌ ୧୦୦ ଶ୍ରେଷ୍ଠ ସ୍ଥାନ ତାଲିକା ୨୦୧୯ରେ ଏହା ସ୍ଥାନିତ ହୋଇଛି। ଏବଂ ଅଳ୍ପ କିଛି ଦିନ ତଳେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୪, ୦୦୦ ଲୋକ ଦର୍ଶନ କରିବାକୁ ସେ ସ୍ଥାନକୁ ଯାଇଥିଲେ। ଆନନ୍ଦିତ ଯେ ଏଇଟା ଗୋଟାଏ ଜନପ୍ରିୟ ପର୍ଯ୍ୟଟନ ପୀଠ ପାଲଟୁଛି।

ଆନୁଷ୍ଠାନିକ ବର୍ଣ୍ଣନାରେ ଟାଇମ୍‌ ମାଗାଜିନ୍‌ ଲେଖିଛି: ଗତ ଶରତ୍‌କାଳରେ ଉନ୍ମୋଚିତ ୫୯୭ ଫୁଟ୍‌ ଉଚ୍ଚ ବିଶ୍ୱର ସର୍ବୋଚ୍ଚ ପ୍ରତିମା ନର୍ମଦା ନଦୀର ପଠାରେ ଦଣ୍ଡାୟମାନ। ଭାରତର ପଶ୍ଚିମ ପ୍ରଦେଶ ଗୁଜରାଟସ୍ଥିତି ସର୍ଦାର୍‌ ସରୋବର ଡ୍ୟାମ୍‌ ଉପରେ ଏଇଟା ଛିଡ଼ା ହୋଇ ଏହା ନିଜର ବକ୍ଷରୁ ଦର୍ଶକମାନଙ୍କୁ ଆଖପାଖର ପର୍ବତମାଳା ଦେଖିବାର ସୁଯୋଗ ଦେଉଛି।

publive-image

ତାଲିକାଭୁକ୍ତ ହୋଇଥିବା ମୁମ୍ବାଇର ସୋହୋ ହାଉସ୍‌ ବିଷୟରେ ଟାଇମ୍‌ ଲେଖିଛି: ଆରବ ସାଗରକୁ ମୁହଁକରିଥିବା ୧୧ ତାଲା କୋଠା। ଏଥିରେ ରହିଛି ଗୋଟାଏ ଲାଇବ୍ରେରି, ୩୪ ଆସନ ଥିବା ଗୋଟାଏ ସିନେମା ହଲ୍‌ ଏବଂ ଛାତ ଉପର ବାର୍‌ ଓ ପୁଷ୍କରଣୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe