ଗୁଜରାଟ ବିଧାନସଭା ନିର୍ବାଚନ: ଟିକେଟ ନମିଳିବାରୁ ଇସ୍ତଫା ଦେଲେ ବିଜେପିରୁ ୬ଥର ବିଧାୟକ ଥିବା ମଧୁ ଶ୍ରୀବାସ୍ତବ

Advertisment
ଗୁଜରାଟ ବିଧାନସଭା ନିର୍ବାଚନ: ଟିକେଟ ନମିଳିବାରୁ ଇସ୍ତଫା ଦେଲେ ବିଜେପିରୁ ୬ଥର ବିଧାୟକ ଥିବା ମଧୁ ଶ୍ରୀବାସ୍ତବ

aajtak

ମୁମ୍ବାଇ: ଗୁଜରାଟରେ ଡିସେମ୍ବରରେ ହେବ ବିଧାନସଭା ନିର୍ବାଚନ। ଆଜି ନିର୍ବାଚନକୁ ଆଖି ଆଗରେ ରଖି ୧୬୬ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ଦଳ ଘୋଷଣା ପରେ ଜଣେ ବର୍ତ୍ତମାନର ବିଧାୟକ ଏବଂ ୪ ଜଣ ପୂର୍ବତନ ବିଧାୟକ ଟିକେଟ୍ ନ ପାଇ ବିଦ୍ରୋହୀ ହୋଇଛନ୍ତି। ଟିକେଟ ନମିଳିବା ପରେ ଏହି ବିଜେପି ନେତାମାନେ ସ୍ୱାଧୀନ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଧମକ ଦେଇଛନ୍ତି। ଏହା ସହ ଟିକେଟ ପାଇନଥିବା ନେତାମାନଙ୍କ ମଧ୍ୟରୁ କେତେକ କହିଛନ୍ତି ଯେ ସମର୍ଥକଙ୍କ ପରାମର୍ଶ ପରେ ସେମାନେ ପରବର୍ତ୍ତୀ ପଦକ୍ଷେପ ନେବେ।

ଭଦୋଦରା ଜିଲ୍ଲାରେ ଜଣେ ବିଧାୟକଙ୍କ ସହ ଦୁଇଜଣ ପୂର୍ବ ବିଜେପି ବିଧାୟକଙ୍କୁ ଟିକେଟ ନମିଳିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ୱାଘୋଡିଆରୁ ୬ଥର ବିଧାୟକ ଥିବା ମଧୁ ଶ୍ରୀବାସ୍ତବଙ୍କୁ ଟିକେଟ୍ ନଦେଇ ବିଜେପି ଏଥର ଅଶ୍ୱିନ୍ ପଟେଲଙ୍କୁ ପ୍ରାର୍ଥୀ କରିଛି। ଏଥିରେ ରାଗି ଯାଇ ମଧୁ ଶ୍ରୀବାସ୍ତବ ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ମଧୁ ଶ୍ରୀବାସ୍ତବ କହିଛନ୍ତି ଯେ, ଯଦି ତାଙ୍କ ସମର୍ଥକ ଚାହିଁବେ ତେବେ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ।

ଉଲ୍ଲେଖଯୋଗ୍ୟ, ଗୁଜୁରାଟ ବିଧାନସଭାର ୧୮୨ଟି ଆସନ ପାଇଁ ୨ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହା ସହ ଡିସେମ୍ବର ୮ ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe