nishpakshbaat.com
ନୂଆଦିଲ୍ଲୀ : ଦେଶରେ ହେଉଥିବା ଭ୍ରଷ୍ଟାଚାରକୁ ନେଇ ଶକ୍ତ ଟିପ୍ପଣୀ ଦେଇଛନ୍ତି ଗୁଜୁରାଟ ହାଇକୋର୍ଟ । ଏକ ମାମଲାର ବିଚାର କରି ଦୁର୍ନୀତିଗ୍ରସ୍ତ ନେତା ଏବଂ ଅଫିସରମାନେ ଭଡ଼ାରେ ଆସୁଥିବା ହତ୍ୟାକାରୀମାନଙ୍କଠାରୁ ଅଧିକ ଭୟଙ୍କର ବୋଲି ଗୁଜୁରାଟ ହାଇକୋର୍ଟ ମନ୍ତବ୍ୟ ଦେଇଛନ୍ତି । ଏକ ଜାମିନ୍ ଆବେଦନ ଉପରେ ଶୁଣାଣି କରିବା ସମୟରେ ଏଭଳି ମନ୍ତବ୍ୟ ଗୁଜୁରାଟ ହାଇକୋର୍ଟଙ୍କ ଖଣ୍ଡପୀଠ ଦେଇଛନ୍ତି।
jansatta.comଅହମ୍ମଦାବାଦ୍ ନଗରପାଳିକାର ପୂର୍ବ ଅଧ୍ୟୀକ୍ଷକ ଆର୍ସି ଶାହାଙ୍କ ଅାଗୁଅା ଜାମିନ ଅାବେଦନ ଉପରେ ଶୁଣାଣି କରିବା ସମୟରେ ଦୁର୍ନୀତିଗ୍ରସ୍ତ ନେତାଙ୍କ ପାଇଁ ଦେଶରେ ଆର୍ଥିକ ଅଶାନ୍ତି ବଢ଼ୁଛି ବୋଲି କହିଥିଲେ ବିଚାରପତି ପର୍ଡ଼ିଓ୍ଵାଲା । ଆର୍ସି ଶାହାଙ୍କ ଜାମିନ ଆବେଦନକୁ ଖାରଜ୍ କରି ଗୋଟେ ବିକାଶଶୀଳ ଦେଶକୁ ଭଡ଼ାରେ ଆସିଥିବା ହତ୍ୟାକାରୀଙ୍କ ଅପେକ୍ଷା ଭ୍ରଷ୍ଟଚାରୀ ନେତା ଏବଂ ଅଫିସରଙ୍କ ଭୟ ଅଧିକ ରହିଛି ବିଚାରପତି ପର୍ଡିଓ୍ଵାଲା କହିଥିଲେ ।
ସୂଚନା ମୁତାବକ, ଆର୍ସି ଶାହା ଅହମଦାବାଦ୍ ନଗରପାଳିକାର ଅଧ୍ୟକ୍ଷ ହେବା ସଙ୍ଗେ ସଙ୍ଗେ ଏଲ୍ଜି ଡ଼ାକ୍ତରଖାନାର ଅଧ୍ୟକ୍ଷ ମଧ୍ୟ ଥିଲେ । ଲାଞ୍ଚନେବା ସମୟରେ ଧରା ପଡ଼ିବାରୁ ତାଙ୍କୁ ନିଲମ୍ବିତ କରାଯାଇ ଏଲ୍ଜି ଡ଼ାକ୍ତରଖାନାର ବୁଝାସୁଝା ପାଇଁ ଅହମଦାବାଦ୍ ମୁନିସିପାଲ କର୍ପୋରେସନକୁ ଦାୟିତ୍ୱ ଦିଆଯାଇଥିଲା । ଗିରଫଦାରୀକୁ ଏଡାଇବା ଲାଗି ଶାହାଙ୍କ ପକ୍ଷରୁ ଆଗୁଆ ଜାମିନ ଆବେଦନ କରାଯାଇଥିଲା। ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ଦୁର୍ନୀତିଗ୍ରସ୍ତ ନେତା ଏବଂ ଅଫିସରମାନେ ଏକ ବିକାଶଶୀଳ ରାଷ୍ଟ୍ର ପାଇଁ କ୍ଷତିକାରକ ବୋଲି ମନ୍ତବ୍ୟ ଦେଇଥିଲେ।
Follow Us