ଟ୍ରାଫିକ୍‌ ପୁଲିସର ଜରିମାନା ଭୟରେ ଅଦ୍ଭୁତ ଉପାୟ ଆପଣାଇଲେ ଇନସ୍ୟୁରାନ୍‌ସ ଏଜେଣ୍ଟ, ହେଲମେଟରେ ଗାଡ଼ିର କାଗଜପତ୍ରକୁ ଅଠା ମାରି ବୁଲିଲେ

Advertisment
ଟ୍ରାଫିକ୍‌ ପୁଲିସର ଜରିମାନା ଭୟରେ ଅଦ୍ଭୁତ ଉପାୟ ଆପଣାଇଲେ ଇନସ୍ୟୁରାନ୍‌ସ ଏଜେଣ୍ଟ, ହେଲମେଟରେ ଗାଡ଼ିର କାଗଜପତ୍ରକୁ ଅଠା ମାରି ବୁଲିଲେ

ନୂଆଦିଲ୍ଲୀ: ନୂଆ ମୋଟରଯାନ ନିୟମ ପରେ ପୁଲିସ- ପବ୍ଲିକ ମଧ୍ୟରେ ଛକାପଞ୍ଝା ଚାଲିଛି । ନିୟମରେ ଟିକେ ଭୁଲ ହେଲେ ସମସ୍ତଙ୍କୁ ଜରିମାନା ଦେବାର ଭୟ ଘାରିଛି । ତେଣୁ ଫାଇନ ଡରରେ ରାସ୍ତା ଉପରକୁ ଗାଡି କାଢିବାକୁ କେହି ଚାହୁଁନାହାନ୍ତି ।

publive-image


publive-image

ସେପ୍ଟେଟର ୧ ପରେ ଜରିମାନା ଡରରେ କିଏ ଗାଡି ଜାଳି ଦେଉଛି ତ ଆଉ କିଏ ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା ନ୍ୟାୟରେ ଜରିମାନା ପଡିବା ପରେ ରାସ୍ତାରେ ଗାଡି ଛାଡି ପଳାଉଛି । ତେବେ ଏତିକି ବେଳେ ସାମ୍ନାକୁ ଆସିଛି ଡକ୍ୟୁମେଣ୍ଟ ମ୍ୟାନଙ୍କ କାହାଣୀ । ଯାହାଙ୍କୁ ଟ୍ରାଫିକ ପୁଲିସ ଧରିବା ପୂର୍ବରୁ ସେ ନିଜ ହେଲମେଟରେ ଗାଡିର ସବୁ କାଗଜ ପତ୍ର ଚିପକେଇ ବୁଲୁଛନ୍ତି ।

ତେବେ ଗୁଜୁରାଟ ଭଦୋଦରାର ରାମ ଶାହା ପେସାରେ ଜଣେ ଇନସ୍ୟୁରାନ୍‌ସ ଏଜେଣ୍ଟ । ନୂଆ ନିୟମ ଲାଗୁ ପରେ କାଳେ ଟ୍ରାଫିକ ହାବୁଡରେ ପଡିଲେ ଜରିମାନା ଗଣିବାକୁ ପଡିବ ତେଣୁ ସେ ନିଜ ହେଲମେଟରେ ସବୁ କାଗଜପତ୍ର ଲଗାଇ ବୁଲୁଛନ୍ତି । ହେଲମେଟ ଉପରେ ଡ୍ରାଇଭିଂ ଲାଇସେନ୍‌ସ, ଗାଡି ଇନସ୍ୟୁରାନ୍‌ସ, ଆରସି ଏବଂ ପ୍ରଦୂଷଣ ସାର୍ଟିଫିକେଟ ଲଗାଇ ବୁଲୁଛନ୍ତି । ତେବେ ଜରିମାନା ଜାଲରୁ ବର୍ତ୍ତିବାକୁ ରାମ ଶାହା ଏଭଳି ଅଭିନୟ ଉପାୟ ଆପଣେଇଥିବା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe