ଜାନୁଆରି ୧୮ରୁ ହାର୍ଦ୍ଦିକ ପଟେଲ ନିଖୋଜ

Advertisment
ଜାନୁଆରି ୧୮ରୁ ହାର୍ଦ୍ଦିକ ପଟେଲ ନିଖୋଜ

The Indian Express

ଅହମ୍ମଦାବାଦ: ଗୁଜରାଟ କଂଗ୍ରେସ ନେତା ତଥା ପଟିଦାର ଆନ୍ଦୋଳନର ନେତୃତ୍ବ ନେଉଥିବା ହାର୍ଦ୍ଦିକ ପଟେଲ ଗତ ଜାନୁଆରି ୧୮ରୁ ନିଖୋଜ ହୋଇ ଯାଇଛନ୍ତି। ରାଷ୍ଟ୍ରଦ୍ରୋହ ମାମଲାରେ ଜାନୁଆରି ୧୮ରେ ପୁଲିସ ଗିରଫ କରିବା ପରଠାରୁ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ ବୋଲି ହାର୍ଦ୍ଦିକଙ୍କ ପତ୍ନୀ କିଞ୍ଜଲ ଅଭିଯୋଗ କରିଛନ୍ତି। କୋର୍ଟ ତାଙ୍କ ବିରୋଧରେ ଜାମିନବିହିନ ଗିରଫ ପରୱାନା ଜାରି କରିଥିଲା। ଏହା ବଳରେ ପୁଲିସ ଜାନୁଆରି ୧୮ରେ ତାଙ୍କୁ ଗିରଫ କରିଥିଲା। ତାଙ୍କୁ ୪ ଦିନ ପାଇଁ ଜାମିନ ମିଳିଥିଲା। ପୁଣି ଅନ୍ୟ ଦୁଇଟି ମାମଲାରେ ପୁଲିସ ତାଙ୍କୁ ଆଉଥରେ ଗିରଫ କରି ନେଇଥିଲା। ଏହି ଦୁଇଟି ମାମଲାରେ ହାର୍ଦ୍ଦିକଙ୍କୁ ଜାନୁଆରି ୨୪ରେ ପୁଣିଥରେ ଜାମିନ ମିଳିଥିଲା। ମାତ୍ର ଫେବ୍ରୁଆରି ୭ରେ ଟ୍ରାଏଲ କୋର୍ଟ ତାଙ୍କ ବିରୋଧରେ ପୁଣି ଜାମିନବିହିନ ଗିରଫ ପରୱାନା ଜାରି କରିଥିଲେ। କିନ୍ତୁ ହାର୍ଦ୍ଦିକ ସେବେଠୁ ନିଖୋଜ ଅଛନ୍ତି। ତାଙ୍କର କୌଣସି ସନ୍ଧାନ ମିଳୁନାହିଁ ବୋଲି ତାଙ୍କ ପତ୍ନୀ କିଞ୍ଜଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe