କରୋନା ପାଇଁ ଗୁଜୁରାଟ ସରକାର କମାଇଲେ ୨୫ ପ୍ରତିଶତ ସ୍କୁଲ ଫି

Advertisment
କରୋନା ପାଇଁ ଗୁଜୁରାଟ ସରକାର କମାଇଲେ ୨୫ ପ୍ରତିଶତ ସ୍କୁଲ ଫି

digitallearning.eletsonline.com

ଅହମ୍ମଦାବାଦ: କରୋନା ମହାମାରୀ ମଧ୍ୟରେ ଗୁଜରାଟ ସରକାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଆଶ୍ବସ୍ତିର ଖବର ଆଣିଛନ୍ତି | ଗୁଜୁରାଟ ସରକାର ସ୍କୁଲ ଫିରେ ୨୫ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି। ଶିକ୍ଷା ବିଭାଗ ବିଦ୍ୟାଳୟର ଶିକ୍ଷା ଶୁଳ୍କକୁ ୨୫ ପ୍ରତିଶତ ହ୍ରାସ କରିଥିବାବେଳେ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ପିଲାମାନଙ୍କୁ କ୍ୟାଣ୍ଟିନ ଫି, ପରିବହନ ଶୁଳ୍କ, କ୍ରୀଡା ଫି ଏବଂ କମ୍ପ୍ୟୁଟର ଶ୍ରେଣୀ ଶୁଳ୍କ ଆଦାୟ କରିପାରିବେ ନାହିଁ। ଅନ୍ୟପଟେ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଥିଲେ ଯେ ସ୍କୁଲ କର୍ତୃପକ୍ଷ ସ୍କୁଲ ଫି ପାଇଁ ଅଭିଭାବକଙ୍କ ଉପରେ ଚାପ ପକାଇପାରିବେ ନାହିଁ।

ବର୍ତ୍ତମାନ ଉତ୍ତରପ୍ରଦେଶ ଏନସିଆରର କେତେକ ବିଦ୍ୟାଳୟ ମଧ୍ୟ ୨୫ ପ୍ରତିଶତ ଫି ଛାଡ କରିଛନ୍ତି। ସେହିପରି ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ କରୋନା ମହାମାରୀ ସମୟରେ କୌଣସି ବିଦ୍ୟାଳୟ ଶୁଳ୍କ ବଢ଼ାଇପାରିବେ ନାହିଁ। ଶିକ୍ଷା ମନ୍ତ୍ରୀ ମନୀଷ ସିସୋଡିଆ କହିଥିଲେ ଯେ ବିଦ୍ୟାଳୟଗୁଡ଼ିକୁ ମନଇଚ୍ଛା ଫି ଆଦାୟ କରିପାରିବେ ନାହିଁ |

ଏହା ବାଦ ଶୁଳ୍କ ବୃଦ୍ଧି ପାଇଁ ଅନୁମତି ଦିଆଯାଇ ନାହିଁ, ନିର୍ଦ୍ଦେଶକୁ ଅବମାନନା କରୁଥିବା ବିଦ୍ୟାଳୟ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏଠାରେ ସୂଚନା ଥାଉ କି କରୋନା ଓ ଏହା ପରବର୍ତ୍ତୀ ଲକଡାଉନ ପାଇଁ ସ୍କୁଲ ବନ୍ଦ ଥିବାବେଳେ ଅଭିଭାବକମାନେ ସ୍କୁଲ ଫି କମାଇବାକୁ ବାରମ୍ବାର ଅନୁରୋଧ କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe