କୁମ୍ଭମେଳାରୁ ଫେରିଥିଲେ ବିନା ଆରଟିପିସିଆର ରିପୋର୍ଟରେ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ: ଗୁଜୁରାଟ ମୁଖ୍ୟମନ୍ତ୍ରୀ

କୁମ୍ଭମେଳାରୁ ଫେରିଥିଲେ ବିନା ଆରଟିପିସିଆର ରିପୋର୍ଟରେ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ: ଗୁଜୁରାଟ ମୁଖ୍ୟମନ୍ତ୍ରୀ

ndtv

ଅହମ୍ମଦାବାଦ: କୁମ୍ଭ ସ୍ନାନ କରିବା ପରେ ଗୁଜୁରାଟକୁ ଫେରୁଥିବା ଲୋକଙ୍କୁ ବିନା ଆରଟିପିସିଆର ରିପୋର୍ଟରେ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ | ଗୁଜୁରାଟରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କୁମ୍ଭ ମେଳାରେ ବହୁ ସଂଖ୍ୟକ ଲୋକ କରୋନା ସଂକ୍ରମିତ ହୋଇଥିବା ଖବର ମିଳିବା ପରେ ଗୁଜୁରାଟ ସରକାର ସତର୍କ ହୋଇପଡିଛନ୍ତି । ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି ମୁତାବକ ଯେଉଁମାନେ କୁମ୍ଭ ମେଳାରୁ ଫେରୁଛନ୍ତି, ସେମାନଙ୍କୁ ଗୁଜୁରାଟରେ ସିଧାସଳଖ ପ୍ରବେଶ କରିବାକୁ ଦିଆଯିବ ନାହିଁ |

ଗୁଜୁରାଟରେ ପ୍ରବେଶ କରିବା ପୂର୍ବରୁ ତାଙ୍କର ଆରଟିପିସିଆର ରିପୋର୍ଟରେ ଦେଖେଇବାକୁ ପଡିବ । ଏହା ପରେ ସେମାନଙ୍କୁ ୧୪ ଦିନ ରାଜ୍ୟରେ ହୋମ ଆଇସୋଲେସନରେ ରହିବାକୁ ପଡ଼ିବ। ଶନିବାର ଦିନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଉପସ୍ଥିତିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସୂଚନା ଥାଉ କି ଗୁଜୁରାଟରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି |

ତେଣୁ କୁମ୍ଭ ସ୍ନାନ କରିବା ପରେ ଯେଉଁମାନେ ଫେରୁଛନ୍ତି ସେମାନଙ୍କ ପାଇଁ ସରକାର ଏହି ଗାଇଡଲାଇନ ଜାରି କରିଛନ୍ତି, ଯାହାଫଳରେ ସେଠାରୁ ଫେରିଆସୁଥିବା ଭକ୍ତମାନେ ସୁପର ସ୍ପ୍ରେଡର ହୋଇପାରିବେ ନାହିଁ। ଶୁକ୍ରବାର ଦିନ ଗୁଜୁରାଟରେ ୮୯୨୦ଟି ନୂଆ କରୋନା ଭୂତାଣୁ ସଂକ୍ରମଣ ଦେଖିବାକୁ ମିଳିଥିବାବେଳେ ୯୪ ଜଣଙ୍କର ମୃତ୍ୟୁ ହୋଇଛି | ରାଜ୍ୟରେ ମୋଟ କରୋନା ମାମଲା ୩,୮୪,୬୮୮ରେ ପହଂଚିଥିବାବେଳେ ସକ୍ରିୟ ମାମଲାଗୁଡ଼ିକ ୪୯,୭୩୭ରେ ପହଂଚିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe