ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ କରୋନା ପରୀକ୍ଷା ହେବ

Advertisment
ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ କରୋନା ପରୀକ୍ଷା ହେବ

The Week

ଅହମ୍ମଦାବାଦ,: ଗୁଜରାଟରେ ଜଣେ କଂଗ୍ରେସ ବିଧାୟକ କରୋନା ଭାଇରସରେ ଆକ୍ର‌ାନ୍ତ ହୋଇଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ଏହି ରିପୋର୍ଟ ଆସିବା ପରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି। ତେବେ ଆଜି ସକା‌ଳେ ସେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏବଂ ଗୃହ ମନ୍ତ୍ରୀଙ୍କୁ ଭେଟିଥିଲେ। ଏହି କାରଣରୁ ମୁଖ୍ୟମନ୍ତ୍ରୀ କରୋନା ଭୂତାଣୁ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ସତର୍କତ‌ା ପଦକ୍ଷେପ ସ୍ବରୂପ ‌ସେ ଏହି ପରୀକ୍ଷା କରାଇବେ। ସୂଚନାଯୋଗ୍ୟ ଯେ କରୋନା ‌ଯୋଗୁଁ ଅହମ୍ମଦାବାଦର ଏକ ଅଞ୍ଚଳରେ ରହୁଛନ୍ତି ଉକ୍ତ କଂଗ୍ରେସ ବିଧାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe