ବିଗୁଡୁଛି ଗୁଜରାଟ ସ୍ଥିତି:ରାଜ୍ୟ ଛାଡ଼ିଲେଣି ୨୦ହଜାର ,ସରକାରଙ୍କ ଅନୁରୋଧ: ଫେରିଆସ

ବିଗୁଡୁଛି ଗୁଜରାଟ ସ୍ଥିତି:ରାଜ୍ୟ ଛାଡ଼ିଲେଣି ୨୦ହଜାର ,ସରକାରଙ୍କ ଅନୁରୋଧ: ଫେରିଆସ

jr06-up-mp-05 Natives of Uttar Pradesh, Madhya Pradesh and Bihar leave for their villages from Ahmedabad on Saturday afternoon after they were attacked and warned to 'leave Gujarat else face dire consequences'. Ahmedabad and neighbouring districts have witnessed an exodus of migrants from Bihar, Uttar Pradesh and Madhya Pradesh after their settlements were attacked following the arrest of Ravindra Sahu, who hails from Bihar, for allegedly raping a 14-month-old girl in Sabarkantha district last week. The victim belongs to the Thakor community, which, according to police, has targeted migrants since the incident. express photo javed raja 6-10-2018

ଅହମ୍ମଦାବାଦ: ଗୁଜରାଟରେ ଉତ୍ତର ପ୍ରଦେଶ ଏବଂ ବିହାର ଶ୍ରମିକଙ୍କୁ ଆକ୍ରମଣ କରାଯିବାରୁ ବିବାଦ ଦେଖାଦେଇଛି। ଗୁଜରାଟ ସ୍ଥିତି ବିଗିଡ଼ିବାରେ ଲାଗିଛି। ଆକ୍ରମଣ ଭୟରେ୨୦,୦୦୦ ଶ୍ରମିକ ରାଜ୍ୟ ଛାଡ଼ିଛନ୍ତି। ମଧ୍ୟ ପ୍ରଦେଶ, ବିହାର ଓ ଉତ୍ତର ପ୍ରଦେଶର ଏହି ଶ୍ରମିକମାନେ ଗୁଜରାଟ ଛାଡ଼ି ନିଜ ରାଜ୍ୟ ପଳାୟନ କରୁଛନ୍ତି। ଉତ୍ତର ଭାରତୀୟ ବିକାଶ ପରିଷଦ ସଭାପତି ମହେଶସିଂହ କୁସୱାହା ଏହି ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ଗୁଜରାଟ ସ୍ଥିତି କ୍ରମେ ସଙ୍ଗିନ ହେବାରେ ଲାଗିଛି।
ଅନ୍ୟପକ୍ଷ‌େର ବିହାର ଓ ୟୁପି ଶ୍ରମିକମାନଙ୍କୁ ପୁଣି ଗୁଜରାଟ ଫେରିଆସିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଘଟଣା‌େର ୫୬ ଏଫ୍‌ଆଇଆର ଦ୍ବାରା ୪୩୧ ଲୋକଙ୍କୁ ଗିରଫ କରାଯାଇଛି। ତେଣୁ ଏବେ କୌଣସି ସମସ୍ୟା ନାହିଁ ବୋଲି ଗୁଜରାଟ ସରକାର ସ୍ପଷ୍ଟ କରିଛନ୍ତି।
ସେପଟେ ଶାସକ ବିଜେପି ଏବଂ ଏହାର ସହଯୋଗୀ ଦଳ ଜେଡିୟୁ (ଜନତା ଦଳ ୟୁନାଇଟେଡ୍‌) ଏହି ହିଂସା ଘଟଣା ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। କିନ୍ତୁ କଂଗ୍ରେସ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜବାବ ମାଗିଛି। ବିହାରରେ କ୍ଷମତାସୀନ ଜେଡିୟୁ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପତ୍ର ଲେଖି ଘଟଣା ପାଇଁ ବିଧାୟକ ଅଳ୍ପେଶ ଠାକୁର ଦାୟୀ ବୋଲି କହିଛି। ସେହିପରି ବିହାରୀ ଲୋକଙ୍କୁ କଂଗ୍ରେସ ଏତେ ଘୃଣା କାହିଁକି କରୁଛି ବୋଲି ଦଳ ପ୍ରଶ୍ନ କରିଛି। ବିଜେପି ପକ୍ଷରୁ କୁହାଯାଇଛି ଯେ ଗୁଜରାଟରେ ଏବେ ଯେଉଁ ହିଂସା ପରିସ୍ଥିତି ସୃଷ୍ଟି ‌େହାଇଛି, ସେଥିପାଇଁ କଂଗ୍ରେସର ହାତ ରହିଛି। କଂଗ୍ରେସ ଜାଣିଶୁଣି ଏଭଳି ଷଡ଼ଯନ୍ତ୍ର କରିଛି ବୋଲି ବିଜେପିର ବରିଷ୍ଠ ନେତା ଗିରିରାଜ ସିଂହ କହିଛନ୍ତି। ସେ କହିଛନ୍ତି, ସମଗ୍ର ଦେଶକୁ ଖଣ୍ଡ ଖଣ୍ଡ କରିଦେବା ପାଇଁ କଂଗ୍ରେସ ଚେଷ୍ଟା କରୁଛି। କଂଗ୍ରେସ ବିଧାୟକ ଅଳ୍ପେଶ୍‌ଙ୍କ ସେନା ଗୁଜରାଟରେ ଏଭଳି କାଣ୍ଡ ଘଟାଉଛି। କିନ୍ତୁ ଅଳ୍ପେଶ ଏହାକୁ ଖଣ୍ଡନ କରିଛନ୍ତି। ଟ୍ବିଟ୍ କରି ସେ କହିଛନ୍ତି, ଆମେ ଚାହୁଛୁ ରାଜ୍ୟରେ ଶାନ୍ତି ବଜାୟ ରହୁ ଏବଂ ହିଂସାକୁ କିଭଳି ରୋକାଯାଇ ପାରିବ, ସେଥିପାଇଁ ଦଳ କାମ କରୁଛି। ହାର୍ଦିକ ପଟେଲ୍‌ ଘଟଣାକୁ ନିନ୍ଦା କରିବା ସହିତ ଏହା ପଛରେ ଥିବା ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe