ଭାରତରେ ଗୁକେଶ-ଲିରେନ ବିଶ୍ବ ମୁକାବିଲା!

Advertisment
ଭାରତରେ ଗୁକେଶ-ଲିରେନ ବିଶ୍ବ ମୁକାବିଲା!

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ବିଶ୍ବ ଚେସ୍‌ ପ୍ରତିଯୋଗିତା ମୁକାବିଲାରେ ଭାରତର ଯୁବ ତାରକା ଡି‌ ଗୁକେଶ ଏବଂ ବିଜେତା ଚୀନ୍‌ର ଡିଙ୍ଗ ଲିରେନ୍‌ ମୁହାଁମୁହିଁ ହେବେ। ଏହି ବହୁ ପ୍ରତୀକ୍ଷିତ ମୁକାବିଲାକୁ ଭାରତ ଆୟୋଜନ କରିବାକୁ ଆଗ୍ରହ ଦେଖାଇଛି। ଚେନ୍ନାଇରେ ନଭେମ୍ବର ୨୦ରୁ ଡିସେମ୍ବର ୧୫ ତାରିଖ ମଧ୍ୟରେ ଆୟୋଜନ କରିବାକୁ ଭାରତ ଇଚ୍ଛା ପ୍ରକାଶ କରିଛି। ଏଥିପାଇଁ ତାମିଲନାଡ଼ୁ ସରକାର ବିଡ୍‌ ଦାଖଲ କରିଛନ୍ତି। ଗତ ମାସରେ ୧୭ ବର୍ଷୀୟ ଗୁକେଶ କାଣ୍ଡିଡେଟ୍‌ସ ପ୍ରତିଯୋଗିତା‌ ଜିତି ସର୍ବକନିଷ୍ଠ ଖେଳାଳି ଭାବେ ବିଶ୍ବ ମୁକୁଟ ମୁକାବିଲାରେ ସାମିଲ ହୋଇଥିଲେ। ‘‘ଏହି ମୁକାବିଲା ଆୟୋଜନ ନେଇ ଏପର୍ଯ୍ୟନ୍ତ କେବଳ ଭାରତ ଆବେଦନ କରିଛି।

ମେ’ ୩୧ ଆବେଦନର ଶେଷ ତାରିଖ ରହିଛି। ସିଙ୍ଗାପୁର ଆଗ୍ରହ ଦେଖାଇଛି। ହେଲେ ଆନୁଷ୍ଠାନିକ ଭାବେ ଆବେଦନ କରିନି। ଆସନ୍ତା ସପ୍ତାହରେ ଫିଡେ ପରିଷଦର ବୈଠକ ଅଛି। ସେଠାରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ’’ ବୋଲି ଚେସ୍‌ର ବିଶ୍ବ ପରିଚାଳନା ବୋର୍ଡ ଫିଡେର ସିଇଓ ଏମିଲ ସୁଟୋଭସ୍କି କହିଛନ୍ତି। ଯଦି ଭାରତକୁ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ଅନୁମତି ମିଳେ ତେବେ ସର୍ବଭାରତୀୟ ଚେସ୍‌ ମହାସଂଘ (ଏଆସିଏଫ୍‌)କୁ ପାଖାପାଖି ୭୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଭାରତ ପୂର୍ବରୁ ଏହି ସମ୍ମାନଜନକ ପ୍ରତିଯୋଗିତା ୨୦୦୦ ଓ ୨୦୧୩ରେ ଆୟୋଜନ କରିଥିଲା। ୨୦୦୦ ସଂସ୍କରଣରେ ଭାରତର ବିଶ୍ବନାଥନ ଅନନ୍ଦ ୫ ବିଶ୍ବ ମୁକୁଟରୁ ପ୍ରଥମଟି ଏହିଠାରେ ଅର୍ଜନ କରିଥିଲେ। ଫାଇନାଲ୍‌ରେ ସେ ଆଲେକ୍ସି ସିରୋଭଙ୍କୁ ହରାଇଥିଲେ। ୨୦୧୩ରେ ସେ ନରୱେର ମାଗନସ କାର୍ଲସନଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe