Photograph: ( Free Press Journal)
ଶ୍ରୀନଗର: ଗୁଲମର୍ଗ ଫ୍ୟାସନ ସୋ’ ଓ କଠୁଆ ହତ୍ୟାକାଣ୍ଡକୁ ନେଇ ଜମ୍ମୁ-କାଶ୍ମୀର ବିଧାନସଭାରେ ବିରୋଧୀ ଓ ଶାସକ ଦଳ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଛି। ବିଧାନସଭାରେ ଅନେକ ରାଜନୈତିକ ନେତା ଏହି ପ୍ରସଙ୍ଗ ଉଠାଇଥିଲେ। ପବିତ୍ର ରମଜାନ ମାସରେ ଗୁଲମାର୍ଗର ଏକ ସ୍କି ରିସୋର୍ଟରେ ଫ୍ୟାସନ ସୋ’କୁ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସମାଲୋଚନା କରିଛନ୍ତି। ସେ କଠୁଆ ହତ୍ୟାକାଣ୍ଡକୁ ମଧ୍ୟ ନିନ୍ଦା କରିଛନ୍ତି। ଅବଦୁଲ୍ଲା ଅଭିଯୋଗ କରିଛନ୍ତି ଯେ ଏହି ଘଟଣା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ସେଠାରେ ଏକ ଘରୋଇ ପାର୍ଟି ତଥା ଫ୍ୟାସନ ସୋ’ର ଆୟୋଜନ କରାଯାଇଥିଲା।
ରମଜାନ ମାସ ତ ଦୂରର କଥା ବର୍ଷର କୌଣସି ସମୟରେ ଏଭଳି ସୋ’ର ଆୟୋଜନ ହେବା ଉଚିତ ନୁହେଁ। ଏହି କାର୍ଯ୍ୟକ୍ରମ ବିନା ସରକାରୀ ଅନୁମତିରେ ଆୟୋଜନ କରାଯାଇଥିଲା। ପୁଲିସ ଏହାର ତଦନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଶ୍ମୀରର ମୁଖ୍ୟ ମୌଲବୀ ମିରୱାଇଜ ଉମର ଫାରୁକ୍ କହିଛନ୍ତି ଯେ, ପର୍ଯ୍ୟଟନ ପ୍ରୋତ୍ସାହନ ନାଁରେ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ। ଅବଦୁଲ୍ଲା ସୋମବାର କଠୁଆରେ ତିନି ଜଣ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
Follow Us