Image Source Hindustan Times
ନୂଆଦିଲ୍ଲୀ: ରହସ୍ୟମୟ ଗୁମ୍ନାମୀ ବାବା ଓରଫ ଭଗବାନଜୀ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନ ଥିଲେ, ସେ ନେତାଜୀଙ୍କର ଜଣେ ଅନୁଗାମୀ ଥିଲେ ବୋଲି ଅବସରପ୍ରାପ୍ତ ବିଚାରପତି ବିଷ୍ଣୁ ସହାୟ କମିସନ୍ କହିଛନ୍ତି।
ଗୁମ୍ନାମୀ ବାବା ହିଁ ନେତାଜୀ ବୋଲି ଅନେକ ବିଶ୍ୱାସ କରନ୍ତି। କମିସନ୍ କହିଛନ୍ତି, ଗୁମ୍ନାମୀ ବାବା ଥିଲେ ନେତାଜୀଙ୍କ ଅନୁଗାମୀ ଏବଂ ତାଙ୍କ କଣ୍ଠସ୍ୱର ନେତାଜୀଙ୍କ କଣ୍ଠସ୍ୱର ସହ ମେଳ ଖାଉଥିଲା।
ସେପ୍ଟେମ୍ବର ୧୬ ତାରିଖ, ୧୯୮୫ ମସିହାରେ ଶରୀର ତ୍ୟାଗ କରିଥିବା ଗୁମନାମୀ ବାବାଙ୍କର ଅଯୋଧ୍ୟାସ୍ଥିତ ଗୁପ୍ତର ଘାଟ ଠାରେ ସେହି ମାସ ୧୮ ତାରିଖରେ ଶବ ସତ୍କାର କରାଯାଇଥିଲା।
Image Courtesy of Jagaranଉତ୍ତର ପ୍ରଦେଶ ବିଧାନସଭାରେ ଗୁରୁବାର ଦିନ ଉପସ୍ଥାପନ କରାଯାଇଥିବା କମିସନ୍ଙ୍କ ୧୩୦ ପୃଷ୍ଠାବିଶିଷ୍ଟ ହିନ୍ଦୀ ଭାଷାରେ ଲିଖିତ ରିପୋର୍ଟର ଶେଷ ପାରାଗୁଡ଼ିକରେ ଜଷ୍ଟିସ୍ ସହାୟ ଲେଖିଛନ୍ତି: ମୃତ୍ୟୁଯାଏଁ ଗୁମନାମୀ ବାବା ଓରଫ ଭଗବାନଜୀ ବାସ କରିଥିବା ରାମ ଭବନର କେତେକ ଅଂଶରୁ ଉଦ୍ଧାର କରାଯାଇଥିବା ସାମଗ୍ରୀରୁ ଜଣାପଡୁନାହିଁ ଯେ ଗୁମ୍ନାମୀ ବାବା ହିଁ ସୁଭାଷ ଚନ୍ଦ୍ର ବୋଷ ଥିଲେ ବୋଲି।
ସେ ଆହୁରି କହିଛନ୍ତି: ଗୁମ୍ନାମୀ ବାବା ଥିଲେ ନେତାଜୀଙ୍କର ଜଣେ ଅନୁଗାମୀ। ଲୋକେ ତାଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହିବାରୁ ସେ ତାଙ୍କର ବାସଭବନ ପରିବର୍ତ୍ତନ କରିଥିଲେ।
ସେ ଥିଲେ ସଙ୍ଗୀତ, ଧୂଆଁପତ୍ର ଓ ଖାଦ୍ୟପ୍ରିୟ। ତାଙ୍କର ସ୍ୱର ନେତାଜୀଙ୍କ ସ୍ୱର ସହ ମେଳ ଖାଉଥିଲା। ସେ ଥିଲେ ବଙ୍ଗୀୟ ଏବଂ ବଙ୍ଗଳା, ଇଂରାଜୀ ଓ ହିନ୍ଦୀ ଭାଷାରେ ତାଙ୍କର ଦକ୍ଷତା ଥିଲା। ଯୁଦ୍ଧ ଓ ସମସାମୟିକ ରାଜନୀତି ସମ୍ବନ୍ଧରେ ମଧ୍ୟ ତାଙ୍କର ଗଭୀର ଜ୍ଞାନ ଥିଲା।
Follow Us