ଜମ୍ମୁ ଓ କଶ୍ମୀରରେ ଗୁଳିବିନିମୟ; ଜୈଶ୍‌ କମାଣ୍ଡର୍‌ଙ୍କୁ ଘେରି ରହିଛନ୍ତି ନିରାପତ୍ତା ବଳ

Advertisment
ଜମ୍ମୁ ଓ କଶ୍ମୀରରେ ଗୁଳିବିନିମୟ; ଜୈଶ୍‌ କମାଣ୍ଡର୍‌ଙ୍କୁ ଘେରି ରହିଛନ୍ତି ନିରାପତ୍ତା ବଳ

Image Source: Zee News

ଶ୍ରୀନଗର: ଶନିବାର ପାହାନ୍ତା ପୂର୍ବରୁ ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ଅବନ୍ତୀପୋରା ଅଞ୍ଚଳରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି।

ପ୍ରାପ୍ତ ସୂଚନା ଅନୁସାରେ, ପାହାନ୍ତା ପୂର୍ବରୁ ଅବନ୍ତୀପୋରାର ଟ୍ରାଲ୍‌ ଅନ୍ତର୍ଗତ ହରି-ପରୀ ଅଞ୍ଚଳରେ ନିରାପତ୍ତା ବଳ କର୍ଡନ୍‌-ଆଣ୍ଡ୍‌-ସର୍ଚ ଅପରେସନ୍‌ ଚଳାଇଥିଲା।

ନିରାପତ୍ତା ବଳ ସେ ଅଞ୍ଚଳରେ ତଲାସ ଚଳାଉଥିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଫଳରେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

publive-image Image Source: India Today

ସେ ଅଞ୍ଚଳରେ ଜଣେ ଜୈଶ୍‌ କମାଣ୍ଡର୍‌ ଏବଂ ତା’ର ଦୁଇଜଣ ସହଯୋଗୀ ଅଟକି ରହିଛନ୍ତି ବୋଲି ବିଶ୍ୱାସ କରାଯାଉଛି। ସେ ଜୈଶ୍‌ କମାଣ୍ଡର୍‌ର ହେଉଛି ପାକିସ୍ତାନର କ୍ୱାରି ୟାସିର୍‌। ଆତଙ୍କବାଦୀ ସଂଗଠନ ନିମନ୍ତେ ସେ ଫିଦାୟୀନ୍‌ ସ୍କ୍ଵାଡ୍‌ ପ୍ରସ୍ତୁତିରେ ତା’ର ଭୂମିକା ଥିବା କଥା ମଧ୍ୟ ବିଶ୍ୱାସ କରାଯାଉଛି। ଗତବର୍ଷ ଅଗଷ୍ଟ ମାସରେ ସେ ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ଜଙ୍ଗଲିଆ ଅଞ୍ଚଳରେ ଗୁଜ୍ଜର ସମ୍ପ୍ରଦାୟର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିଥିଲା।

ଏବେ ମଧ୍ୟ ଘଟଣାସ୍ଥଳରେ ଗୁଳି ବିନିମୟ ଚାଲୁ ରହିଛି ବୋଲି କଶ୍ମୀର ଜୋନ୍‌ ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe