ସାଉଦୀ ରାଜପ୍ରାସାଦରେ ୨ ପ୍ରହରୀଙ୍କୁ ହତ୍ୟା କଲେ ବନ୍ଧୁକଧାରୀ

Advertisment
ସାଉଦୀ ରାଜପ୍ରାସାଦରେ ୨ ପ୍ରହରୀଙ୍କୁ ହତ୍ୟା କଲେ ବନ୍ଧୁକଧାରୀ

Photo Courtesy of Livemint

ରିୟାଦ: ଶନିବାର ଦିନ ଯେଦ୍ଦା ଅନ୍ତର୍ଗତ ଲୋହିତ ସାଗର ସହରସ୍ଥିତ ରାଜ ପ୍ରାସାଦ ଫାଟକରେ ଜଣେ ବନ୍ଧୁକଧାରୀ ଦୁଇ ଜଣ ସାଉଦୀ ପ୍ରହରୀଙ୍କୁ ଗୁଳି ମାରି ହତ୍ୟା କରିବା ସହ ଅନ୍ୟ ତିନି ଜଣଙ୍କୁ ଆହତ କରିଛନ୍ତି ବୋଲି ଅଭ୍ୟନ୍ତର ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ।

ସେ ବନ୍ଧୁକଧାରୀ ମଣିଷକୁ ରାଜ ପ୍ରହରୀମାନେ ହତ୍ୟା କରିଛନ୍ତି। ନିହତ ବନ୍ଧୁକଧାରୀ ବ୍ୟକ୍ତି ଜଣକ ଜଣେ ୨୮ ବର୍ଷିୟ ସାଉଦୀ

ନାଗରିକ ଏବଂ ସେ ଏକ କାଲାସିନକୋଭ୍‌ ରାଇଫଲ୍‌ ଏବଂ ମୋଲୋଟୋଭ୍‌ କକ୍‌ଟେଲ୍‌ ବୋଲି ତିନୋଟି ଗ୍ରେନେଡ୍‌ରେ ସଜ୍ଜିତ ହୋଇ ଆସିଥିଲା ବୋଲି ମନ୍ତ୍ରାଳୟ ଚିହ୍ନଟ କରିଛି। ତାଙ୍କର ନାମ ହସନ୍‌ ବିନ୍‌ ଅଲି ବିନ୍‌ ଅଲ୍‌ ଫାହିଦ୍‌ ଅଲ୍‌-ଅମ୍‌ରି ବୋଲି ଜଣା ପଡ଼ିଛି।

ଜଣେ ବ୍ୟକ୍ତି ହ୍ୟୁଣ୍ଡାଇ କାର୍‌ରୁ ଓହ୍ଲାଇ ରାଜକୀୟ ପ୍ରହରୀମାନଙ୍କର ଏକ ଚେକ୍‌ ପଏଣ୍ଟ୍‌ ଉପରକୁ ଗୁଳି ଚଳାଇଥିଲେ ବୋଲି ସାଉଦୀ ପ୍ରେସ୍‌ ଏଜେନ୍‌ସିର ଶନିବାର ଦିନ ଏକ ବିବୃତିରେ କହିଛି। ଗ୍ରୀଷ୍ମ ମାସଗୁଡ଼ିକରେ ସେଠାରେ ରାଜ ପରିବାର ସରକାରୀ ବ୍ୟାପାର କରନ୍ତି।

ତାଙ୍କ ସହ ତତ୍‌କ୍ଷଣାତ୍‌ ମୁକାବିଲା କରାଯାଇଥିଲା। ନିରାପତ୍ତା ରକ୍ଷୀଗଣ ତାକୁ ଘଟଣାସ୍ଥଳରେ ହିଁ ଗୁଳି କରି ହତ୍ୟା କରିଥିଲେ। ତା’ର କାପୁରଷପଣିଆ କାର୍ଯ୍ୟ ଯୋଗୁଁ ଦୁଇ ଜଣ ରାଜ ପ୍ରହରୀ ପ୍ରାଣ ହରାଇଲେ ବୋଲି ସେ କହିଛନ୍ତି।
ଆକ୍ରମଣ ସଂକ୍ରାନ୍ତରେ ଆଗୁଆ ସୂଚନା ଦେଇ ସାଉଦୀ ଆରବସ୍ଥିତ ଆମେରିକୀୟ ଦୂତାବାସ ତା’ର ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲା।

ସେଠାରେ ଚାଲିଥିବା ପୁଲିସ କାର୍ଯ୍ୟକଳାପ ଯୋଗୁଁ ସେ ଅଞ୍ଚଳ ଦେଇ ଯାତାୟାତ କରୁଥିବା ଆମରିକୀୟମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା ବୋଲି ଏକ ସଂକ୍ଷିପ୍ତ ବିବରଣୀରେ ଦୂତାବାସ କହିଛି।

ଶନିବାର ସକାଳେ ଆକ୍ରମଣକାରୀ ଜଣକ କାର୍‌ରୁ ବାହାରି ଜେଦ୍ଦା ଠାରେ ଥିବା ଅଲ୍‌-ସଲାମ୍‌ ରାଜ ପ୍ରାସାଦର ପଶ୍ଚିମ ଫାଟକ ଆଡ଼କୁ ଗୁଳି ଚଳାଇଥିଲା।

ଇସ୍‌ଲାମିକ୍‌ ଷ୍ଟେସ୍‌ ସହ ସମ୍ପୃକ୍ତ ଥିବା ଏକ ଆତଙ୍କବାଦୀ ଆଡ୍ଡା ଉପରେ ଏ ସପ୍ତାହରେ ସାଉଦୀ ପୁଲିସ ଚଢ଼ଉ କରିବା ପରେ ଏପରି ଧମକାଣ ଆସିଛି। ଆତଙ୍କବାଦୀଙ୍କ ଉପରେ ଚଢ଼ଉ ଯୋଗୁଁ ଦୁଇ ଜଣ ଲୋକେ ନିହତ ହେବା ସଙ୍ଗେ ସଙ୍ଗେ ପାଞ୍ଚ ଜଣ ଗିରଫ ହୋଇଥିଲେ ବୋଲି ଜାତୀୟ ନିରାପତ୍ତା ଏଜେନ୍‌ସିଙ୍କ ସୂତ୍ରରୁ ପ୍ରକାଶ।

ରାଷ୍ଟ୍ରୀୟ ନିରାପତ୍ତା ଏଜେନ୍‌ସି କହିଛି ଯେ ପୁଲିସ ରାଜଧାନୀ ରିୟାଦ୍‌ରେ ଥିବା ତିନୋଟି ଆଡ୍ଡା ଉପରେ ଚଢ଼ଉ କରି ଥିଲା। ତିନୋଟିରୁ ଗୋଟିକରେ ଚଢ଼ଉ ବେଳେ ଗୁଳି ବିନିମୟ ଘଟିଥିଲା ବୋଲି ଏସ୍‌ପିଏ ନିଉଜ୍‌ ଏଜେନ୍‌ସି ଗୁରୁବାର ଦିନ ରିପୋର୍ଟ କରିଥିଲା।
୨୦୧୪ ଶେଷ ଭାଗରୁ ଇସ୍‌ଲାମିକ୍‌ ଷ୍ଟେଟ୍‌ ଏହି ସୁନ୍ନି ବହୁଳ ରାଜ୍ୟରେ ଶିହା ଏବଂ ନିରାପତ୍ତା ବଳଙ୍କ ଉପରେ ଗୁଡ଼ାଏ ବୋମା ଏବଂ ଗୁଳି ଚଳାଇଲେଣି।

ସାଉଦୀ ଆରବ ଆମେରିକା ନେତୃତ୍ୱାଧୀନ ଆନ୍ତର୍ଜାତିକ ସଂଘର ଜଣେ ସଦସ୍ୟ ଭାବେ ସିରିୟା ଏବଂ ଇରାକ୍‌ରେ ସୁନ୍ନି ଆତଙ୍କବାଦୀଙ୍କ ସହ ଲଢ଼େଇ କରି ଆସୁଛି।

ନିହତ ଆତତାୟୀଙ୍କର କୌଣସି ଅପରାଧିକ ପୃଷ୍ଠଭୂମୀ ନାହିଁ ଏବଂ ସେ କୌଣସି ଆତଙ୍କବାଦୀ ସଙ୍ଗଠନ ସହ ସମ୍ପୃକ୍ତ ନ ଥିଲେ। ଗୁଳିକାଣ୍ଡ ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲୁ ରହିଛି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe