କାବୁଲ୍‌ ଇଣ୍ଟର୍‌ନେସ୍‌ନାଲ୍‌ ହୋଟେଲ୍‌ରେ ବନ୍ଧୁକଧାରୀଙ୍କ ଆକ୍ରମଣ

Advertisment
କାବୁଲ୍‌ ଇଣ୍ଟର୍‌ନେସ୍‌ନାଲ୍‌ ହୋଟେଲ୍‌ରେ ବନ୍ଧୁକଧାରୀଙ୍କ ଆକ୍ରମଣ

Image Courtesy of RTE

କାବୁଲ: ଶନିବାର ଦିନ ବନ୍ଧୁକଧାରୀମାନେ କାବୁଲର ଇଣ୍ଟର୍‌ନେସ୍‌ନାଲ୍‌ ହୋଟେଲ୍‌ ଉପରେ ଆକ୍ରମଣ କରିଛନ୍ତି। ସେମାନେ ଲୋକମାନଙ୍କୁ ପଣବନ୍ଦୀ ରଖିବା ସହ ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ କରିଥିଲେ। ହୋଟେଲ୍‌ ଅଟ୍ଟାଳିକାରେ ନିଅାଁ ଲାଗିଯିବାରୁ ସେଠାରେ ଥିବା ଲୋକେ ଏବଂ କର୍ମଚାରୀମାନେ ଧାଇଁ ପଳାଇଯାଇଥିଲେ।

ଅକ୍ଷତ ଅବସ୍ଥାରେ ଖସି ଯାଇଥିବା ହୋଟେଲ୍‌ର ମ୍ୟାନେଜର୍‌ ଅହମଦ ହରିସ ନାୟବ କହନ୍ତି: ଆକ୍ରମଣକାରୀମାନେ ରୋଷେଇଘର ବାଟେ ପଶି ହୋଟେଲ୍‌ର ମୁଖ୍ୟ ଅଂଶକୁ ପ୍ରବେଶ କରିଥିଲେ ଏବଂ ବନ୍ଧୁକଫୁଟା ଶବ୍ଦ ମଧ୍ୟରେ ଲୋକେ ଧାଁଦୌଡ଼ କରି ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ।

ଆକ୍ରମଣରେ ଅନେକ ଲୋକ ନିହତ ହେବା ସହ ଅନ୍ୟୂନ ୬ ଜଣ କ୍ଷତାକ୍ତ ହୋଇଛନ୍ତି। ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରି ନାହାନ୍ତି।

publive-image Image Courtesy of The Financial Express

ଅଧିକାରୀମାନେ କହିବାନୁସାରେ, ଚାରିଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଆଫଗାନ ସ୍ପେସାଲ୍‌ ଫୋର୍ସ ହତ୍ୟା କରିଛନ୍ତି। ଆକ୍ରମଣ ହେବାର କିଛି ସମୟ ପରେ ନିରାପତ୍ତା ବଳ ପ୍ରବେଶ କରିବାରୁ ଭୋର୍‌ ଆଡ଼କୁ ଗୁଳିଗୋଳା ଫୁଟିବା ଶବ୍ଦ କମି ଆସିଥିଲା।

ଆକ୍ରମଣକାରୀମାନେ କେତେ ଜଣ ହୋଟେଲ୍‌ କର୍ମଚାରୀ ଏବଂ ଗ୍ରାହକମାନଙ୍କୁ ପଣବନ୍ଦୀ ରଖିଥିଲେ। ସେମାନଙ୍କ ମଧ୍ୟରେ କିଛି ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ।

ଇଣ୍ଟର୍‌ କଣ୍ଟିନେଣ୍ଟାଲ୍‌ ହୋଟେଲ୍‌ ଏକ ପର୍ବତ ଉପରେ ଅବସ୍ଥିତ ଏବଂ ଦୃଢ଼ ନିରପତ୍ତା ମଧ୍ୟରେ ଥାଏ। ପୂର୍ବରୁ ୨୦୧୧ରେ ତାଲିବାନ ଲଢୁଆମାନେ ଏହି ହୋଟେଲ୍‌ ଉପରେ ଆକ୍ରମଣ କରିଥିଲେ।

କାବୁଲ୍‌ରେ ଥିବା ଦୁଇଟି ବିଳାସମୟ ହୋଟେଲ୍‌ ମଧ୍ୟରୁ ଏହି ହୋଟେଲ୍‌ ଅନ୍ୟତମ। ରବିବାର ଦିନ ଏଠାରେ ଏକ ଇନ୍‌ଫର୍ମେସନ୍‌ ଟେକ୍ନୋଲଜି କନ୍‌ଫରେନ୍‌ସ୍‌ ହୋଇ ଥାଆନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe