Image Courtesy of India Today
ଶ୍ରୀନଗର: ‘ଗୁପକାର ଡିକ୍ଲାରେସନ୍’ ବିଜେପି ବିରୋଧୀ, ଦେଶ ବିରୋଧୀ ନୁହେଁ ବୋଲି ଆଜି ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବା ପରେ ‘ନ୍ୟାସ୍ନାଲ୍ କନ୍ଫରେନ୍ସ୍’ର ନେତା ଫାରୁକ୍ ଅବ୍ଦୁଲ୍ଲା କହିଛନ୍ତି। ଏହି ମେଣ୍ଟର ଉପାଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି।
ଗତବର୍ଷ ଅଗଷ୍ଟ ମାସରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ‘ପିପୁଲ୍ସ୍ ଆଲିଏନ୍ସ୍ ଫର୍ ଗୁପକାର ଡିକ୍ଲାରେସନ୍’ ଗଠିତ ହୋଇଥିଲା। ଧାରା ୩୭୦ ପୁନଃସ୍ଥାପନ ଏବଂ କଶ୍ମୀର ପ୍ରସଙ୍ଗର ପ୍ରସ୍ତାବନା ନିମନ୍ତେ ସଂଗ୍ରାମ କରିବାକୁ ‘ନ୍ୟାସ୍ନାଲ୍ କନ୍ଫରେନ୍ସ୍’ର ମୁଖ୍ୟ ଫାରୁକ୍ ଅବ୍ଦୁଲ୍ଲା ଅକ୍ଟୋବର ୧୫ ତାରିଖରେ ମେହବୁବା ମୁଫ୍ତିଙ୍କ ‘ପିପୁଲ୍ସ୍ ଡେମୋକ୍ରାଟିକ୍ ପାର୍ଟି’, ସାଜିଦ୍ ଲୋନ୍ଙ୍କ ‘ପିପୁଲ୍ସ୍ କନ୍ଫରେନ୍ସ୍’, ଜାଭେଦ୍ ମିରଙ୍କ ‘ପିପୁଲ୍ସ୍ ମୋଭ୍ମେଣ୍ଟ୍’, ‘ସିପିଆଇଏମ୍’ ଏବଂ ଅନ୍ୟ ଆଞ୍ଚଳିକ ସଙ୍ଗଠନମାନଙ୍କ ସହ ଏହି ମେଣ୍ଟ ଘୋଷଣା କରିଥିଲେ।
Image Courtesy of Hindustan Timesସଙ୍କେତ ଭାବେ ‘ଗୁପକାର ଡିକ୍ଲାରେସନ୍’ ପୁରୁଣା ଜମ୍ମୁ ଓ କଶ୍ମୀର ରାଜ୍ୟର ପତାକାକୁ ଗ୍ରହଣ କରିବା ସହ ‘ପିପୁଲ୍ସ୍ କନ୍ଫରେନ୍ସ୍’ର ନେତା ସାଜ୍ଜିଦ୍ ଲୋନ୍ଙ୍କୁ ମୁଖପାତ୍ର ରୂପେ ନିଯୁକ୍ତ କରିଛି। ଏହି ମେଣ୍ଟକୁ ଔପଚାରିକ ଢାଞ୍ଚା ଦେବା ନିମନ୍ତେ ଏଭଳି ଉଦ୍ୟମ କରାଯାଇଛି।
ଗଣମାଧ୍ୟମକୁ ଫାରୁକ୍ ଅବ୍ଦୁଲ୍ଲା କହିଛନ୍ତି, ଗୁପକାର ମେଣ୍ଟ ଦେଶ ବିରୋଧୀ ବୋଲି ଯେଉଁମାନେ ପ୍ରଚାର କରୁଛନ୍ତି, ତାହା ଭୁଲ୍। ଆମ୍ଭେମାନେ ବିଜେପି ବିରୋଧୀ। ଏହାର ଅର୍ଥ ନୁହେଁ ଯେ ଆମେ ଦେଶ ବିରୋଧୀ। ଆମେ ଚାହୁଁ, ଜମ୍ମୁ ଓ କଶ୍ମୀରବାସୀଙ୍କ ଅଧିକାର ଫେରାଇ ଦିଆଯାଉ। ଆମକୁ ପୃଥକ୍ କରିବା ଲାଗି ଧର୍ମ ଆଧାରିତ ସେମାନଙ୍କ ଉଦ୍ୟମ ବିଫଳ ହେବ।
Follow Us