ୟୁଏଇରୁ ଗିରଫ ହେଲେ ଗୁପ୍ତା ଭ୍ରାତା

ଗୁପ୍ତା ଭ୍ରାତା କିଏ?

ୟୁଏଇରୁ ଗିରଫ ହେଲେ ଗୁପ୍ତା ଭ୍ରାତା

Financial Times

ଦୁବାଇ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରା‌ଷ୍ଟ୍ରପତି ଜାକବ ଜୁମାଙ୍କ ସହିତ ଘନିଷ୍ଠ ସଂପର୍କ ଯୋଡ଼ି ଶାସନ କଳ ଉପରେ ପର୍ଯ୍ୟାପ୍ତ ପ୍ରଭାବ ବିସ୍ତାର କରି ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗରେ ଆଜି ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ରୁ ଗୁପ୍ତା ପରିବାରର ଦୁଇ ଭାଇଙ୍କୁ ଗିରଫ କରାଯାଇଛି। ସେମାନେ ହେଉଛନ୍ତି ଅତୁଲ ଗୁପ୍ତା ଓ ରାଜେଶ ଗୁପ୍ତା। ମନି ଲଣ୍ଡରିଂ ଓ ଅପରାଧିକ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଇଣ୍ଟରପୋଲ୍‌ ଏମାନଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି କରିଥିଲା। ତେବେ ତୃତୀୟ ଭାଇ ଅଜୟ ଗୁପ୍ତାଙ୍କୁ ଗିରଫ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଦକ୍ଷିଣ ଆଫ୍ରିକାକୁ ସେମାନଙ୍କୁ ନେବା ପାଇଁ ଦୁଇ ଦେଶ ମଧ୍ୟରେ ଏବେ ପ୍ରତ୍ୟର୍ପଣ ଆଲୋଚନା ଚାଲିଛି। ଦୁର୍ନୀତି ଅଭିଯୋଗ ଆସିବା ପରେ ଦକ୍ଷିଣ ଆଫ୍ରିକାରେ ଏକ ନ୍ୟାୟିକ କମିସନ ଗଠନ ହୋଇଥିଲା। ଉକ୍ତ କମିସନ ଗଠନ ହେବା ପରେ ଗୁପ୍ତା ଭ୍ରାତା ଦକ୍ଷିଣ ଆଫ୍ରିକା ଛାଡ଼ି ପଳାଇଥିଲେ। ସରକାରୀ ବ୍ୟବସାୟ ହାତେଇବା ସହିତ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ପଦବିରେ ନିଜ ଲୋକଙ୍କୁ ନିଯୁକ୍ତି ପାଇଁ ସେମାନେ ମୋଟା ଅଙ୍କର ଲାଞ୍ଚ ଦେଉଥିଲେ।

ଗୁପ୍ତା ଭ୍ରାତା କିଏ?
ଉତ୍ତର ପ୍ରଦେଶର ସାହାରନପୁର ବାସିନ୍ଦା ହେଉଛନ୍ତି ଅଜୟ, ଅତୁଲ ଏବଂ ରାଜେଶ ଗୁପ୍ତା। ସେମାନଙ୍କ ବାପାଙ୍କ ନାମ ହେଉଛି ଶିବକୁମାର ଗୁପ୍ତା। ସାହାରନପୁରରେ ତାଙ୍କ ବାପାଙ୍କର ଏକ ରାସନ୍ ଦୋକାନ ଥିଲା। ତିନି ଭାଇଙ୍କର ପିଲାଦିନ ସାହାରନପୁରରେ କଟିଛି। ମଝିଆଁ ପୁଅ ଅତୁଲଙ୍କୁ ଦିଲ୍ଲୀରେ ପାଠପଢ଼ି କିଛି ଦିନ ଚାକିରି କରିବା ପରେ ଦକ୍ଷିଣ ଆଫ୍ରିକା ଚାଲି ଯାଇଥିଲେ। ସେଠାରେ ବ୍ୟବସାୟର ପ୍ରଚୁର ସମ୍ଭାବନା ଥିବା ଦେଖି ତାଙ୍କର ଅନ୍ୟ ଦୁଇ ଭାଇଙ୍କୁ ସେଠାକୁ ନେଇ ଯାଇଥିଲେ। ସେମାନେ ସେଠାରେ ସାହାରା କମ୍ପ୍ୟୁଟର୍ସ ନାମରେ ସଂସ୍ଥା ଆରମ୍ଭ କରି ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ। ଖଣି ଠାରୁ ଆରମ୍ଭ କରି ବିମାନ ଯାତ୍ରା, ଶକ୍ତି, ପ୍ରଯୁକ୍ତି ଏବଂ ଗଣମାଧ୍ୟମ ବ୍ୟବସାୟରେ ସେମାନଙ୍କର ଆଧିପତ୍ୟ ରହିଥିଲା ।କଂପାନିର ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି ଜୁମା ଅତିଥି ହୋଇ ଆସିବା ପରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe