The Economic Times
ନୂଆଦିଲ୍ଲୀ : ଜୁନ୍ ୧୯ରେ ପଞ୍ଜାବର ଗୁରୁଦାସପୁରରୁ ବିଜେପି ସାଂସଦ ଥିବା ଅଭିନେତା ସନ୍ନି ଦେଓଲଙ୍କ ସାଂସଦ ସଦସ୍ୟତା ରଦ୍ଦ ହୋଇପାରେ ବୋଲି ଖବର ମିଳିଥିଲା । ଚଳିତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ସେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ନିର୍ବାଚନ ଆୟୋଗରେ ଅଭିଯୋଗ ହୋଇଥିଲା । ଯାହା ପରେ ନିର୍ବାଚନ ଆୟୋଗ ଏ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ଏବେ ତଦନ୍ତ କରାଯିବା ପରେ ସନ୍ନିଙ୍କ ଉପରେ ଲାଗିଥିବା ଅଭିଯୋଗ ସତ ବୋଲି ପ୍ରମାଣ ହୋଇଛି । ଯଦି ନିର୍ବାଚନ ନିୟମ ଅନୁଯାୟୀ ନିର୍ବାଚନ ଆୟୋଗ ସନ୍ନିଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ତାଙ୍କର ସାଂସଦ ସଦସ୍ୟତା ରଦ୍ଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
South China Morning Postସୂଚନା ମୁତାବକ, ଗୁରୁଦାସପୁରର ଜିଲ୍ଲା ନିର୍ବାଚନ ଅଧିକାରୀ ବିପୁଳ ଉଜ୍ଜ୍ୱଳ ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ କରୁଣା ରାଜୁଙ୍କୁ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ସନ୍ନି ଦେଓଲ ନିର୍ବାଚନରେ ୭୮.୫୧ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଲେଖା ଯାଇଛି । ଖର୍ଚ୍ଚର ସୀମା ୭୦ଲକ୍ଷ ଥିବା ବେଳେ ସନ୍ନି ୮.୫୧ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିଛନ୍ତି । ତେବେ ଏ ନେଇ ସନ୍ନିଙ୍କୁ କେଉଁ ଦଣ୍ଡ ଦିଆଯିବ ତାହା ଦେଖିବାକୁ ବାକି ରହିଲା ।
Follow Us