ଲିଖିତ ବୟାନ ଦେବାକୁ ମନା କରି ଟେନିସ୍ ଖେଳାଳି ରାଧିକାଙ୍କ ମା’ କହିଲେ, ‘ଏ ବିଷୟରେ ମୁଁ କିଛି ଜାଣି ନାହିଁ’

ପୁଲିସ ରାଧିକାଙ୍କ ହତ୍ୟା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ମା' ମଞ୍ଜୁ ଯାଦବଙ୍କଠାରୁ ଲିଖିତ ବୟାନ ନେବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ  ଲିଖିତ ଭାବେ ବୟାନ ଦେବାକୁ ମନା କରି ଦେଇଥିଲେ।

New Project (8)

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଟେନିସ୍ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ମାମଲାର ପୁଲିସ ନିରନ୍ତର ତଦନ୍ତ କରୁଛି। ପୁଲିସ ଏହି ମାମଲାରେ  ଅଭିଯୁକ୍ତ ବାପା ଦୀପକ ଯାଦବ, କାକା କୁଲଦୀପ ଯାଦବ ଏବଂ ଝିଅର ମାଆ ମଞ୍ଜୁ ଯାଦବଙ୍କ ବୟାନ ରେକର୍ଡ କରିଛି।  

ଗୁରୁଗ୍ରାମ ପୁଲିସ ଅଧିକାରୀ ସନ୍ଦୀପ ସିଂହ କହିଛନ୍ତି ଯେ ଅଭିଯୁକ୍ତ ବାପା ଦୀପକ ଯାଦବଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା ଏବଂ ସେଠାରୁ ତାଙ୍କୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନିଆଯାଇଛି। 

ଘଟଣା ପରେ ପୁଲିସ ରାଧିକାଙ୍କ ହତ୍ୟା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ମା' ମଞ୍ଜୁ ଯାଦବଙ୍କଠାରୁ ଲିଖିତ ବୟାନ ନେବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ  ଲିଖିତ ଭାବେ ବୟାନ ଦେବାକୁ ମନା କରି କହିଥିଲେ, ‘ମୋତେ ପ୍ରବଳ ଜ୍ୱର ହୋଇଥିଲା। ମୁଁ ବିଛଣାରୁ ଉଠି ପାରୁ ନଥିଲି। ତେଣୁ ମୁଁ ମୋ କୋଠରୀରେ ଶୋଇଥିଲି। ଘରେ କିଏ କ’ଣ କରୁଛି, କ’ଣ ହେଉଛି ମୁଁ କିଛି  ଶୁଣି ନାହିଁ କି ଜାଣି ନାହିଁ। ମୋ ସ୍ୱାମୀ ରାଧିକାଙ୍କୁ କାହିଁକି ହତ୍ୟା କରିଛନ୍ତି ତାହା ବି ମୁଁ ଜାଣିନାହିଁ।,

ସେହିପରି ଝିଆରି ଗୁଳିକାଣ୍ଡ ଘଟଣାକୁ ନେଇ ରାଧିକାଙ୍କ କକା କୁଲଦୀପ ଯାଦବ ପୁଲିସକୁ କହିଛନ୍ତି, ‘ମୁଁ ମୋ ସ୍ତ୍ରୀ ସୀମା ଯାଦବ ଏବଂ ଝିଅ ଅନମୋଲ ଯାଦବଙ୍କ ସହିତ ଘରର ତଳ ମହଲାରେ ରୁହେ। ଭାଇ ତାଙ୍କ ପରିବାର ସହିତ ଉପର ମହଲାରେ ରୁହନ୍ତି।  

ହଠାତ୍ ସକାଳେ ଏକ ବିସ୍ଫୋରଣ ଶବ୍ଦ ଶୁଣିବାକୁ ପାଇଥି‌ଲି। ସଙ୍ଗେସଙ୍ଗେ ଉପର ମହଲାକୁ ଦୌଡ଼ି ଯାଇଥିବା ବେଳେ ରାଧିକା ଯାଦବ ରକ୍ତରେ ଜୁଡୁବୁଡୁ ହୋଇ ରୋଷେଇ ଘରେ ପଡ଼ିଛି ଏବଂ ରିଭଲଭର ଡ୍ରଇଂ ରୁମରେ ପଡ଼ିଥିଲା। ଏହାପରେ ମୁଁ ତୁରନ୍ତ ରାଧିକାକୁ ଘଟଣାସ୍ଥଳରୁ ଉଦ୍ଧାର କରି ସେକ୍ଟର-୫୬ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲି। ହେଲେ ଡାକ୍ତରମାନେ ରାଧିକାକୁ ମୃତ ଘୋଷଣା କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe