Advertisment

ରଣଜିତ ସିଂଙ୍କ ହତ୍ୟା ମାମଲାରେ ଗୁରୁମିତ ରାମ ରହିମ ସିଂଙ୍କ ସମେତ ଅନ୍ୟ ୪ ଜଣ ନିର୍ଦୋଷ ସାବ୍ୟସ୍ତ

Advertisment
ରଣଜିତ ସିଂଙ୍କ ହତ୍ୟା ମାମଲାରେ ଗୁରୁମିତ ରାମ ରହିମ ସିଂଙ୍କ ସମେତ ଅନ୍ୟ ୪ ଜଣ ନିର୍ଦୋଷ ସାବ୍ୟସ୍ତ

www.indiatoday.in

ନୂଆଦିଲ୍ଲୀ: ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ଡେରା ସଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ ସିଂ ଏବଂ ଅନ୍ୟ ଚାରିଜଣ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଦ୍ବାରା ନିର୍ଦୋଷ  ସାବ୍ୟସ୍ତ ହୋଇଛନ୍ତି। ଗୁରୁମିତ ରାମ ରହିମଙ୍କ ଏକ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନେ ହେଲେ ଅବତାର ସିଂ, କୃଷ୍ଣ ଲାଲ, ଜଶବୀର ସିଂ ଏବଂ ସବଦିଲ ସିଂ। ଶୁଣାଣି ବେଳକୁ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କର ଦେହାନ୍ତ ହୋଇସାରିଛି।
୨୦୨୯ ମସିହାରେ ସାମ୍ବାଦିକ ରାମ ଚନ୍ଦ୍ର ଛତ୍ରପତି ଏବଂ ପୂର୍ବତନ ଡେରା ମ୍ୟାନେଜର ରଞ୍ଜିତ ସିଂଙ୍କ ହତ୍ୟା ମାମଲାରେ ପଞ୍ଚକୁଲାର ସିବିଆଇ କୋର୍ଟ ଦ୍ବାରା ଆତ୍ମଘୋଷିତ ଈଶ୍ବର ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇଥିଲେ।
୨୦୨୧ ମସିହା ଅକ୍ଟୋବର ୧୮ ତାରିଖରେ କୋର୍ଟ ରାମ ରହିମ ଏବଂ ଅନ୍ୟ ଚାରିଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଡେରା ମୁଖ୍ୟଙ୍କ ଉପରେ ୩୧ ଲକ୍ଷ ଟଙ୍କା ଜରିମାନା ଲଗା ଯାଇଥିଲା।

ଡେରା ମୁଖ୍ୟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ସମସ୍ତ ରାୟକୁ ଚ୍ୟାଲେଞ୍ଜ କରିଥିଲେ। ତେବେ ରଣଜିତ ସିଂଙ୍କ ହତ୍ୟା ମାମଲାରେ ନିର୍ଦୋଷ ସାବ୍ୟସ୍ତ ହୋଇଥିବା ବେଳେ ସାମ୍ବାଦିକ ହତ୍ୟା ମାମଲାରେ ତାଙ୍କ ଆବେଦନ ବିଚାରାଧୀନ ରହିଛି।

ରାମ ରହିମ ବର୍ତ୍ତମାନ ରୋହତକର ସୁନାରିଆ ଜେଲରେ ଅଛନ୍ତି। ସେ ବର୍ତ୍ତମାନ ତାଙ୍କର ଦୁଇଜଣ ଶିଷ୍ୟଙ୍କୁ ବଳାତ୍କାର କରି ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି।

୨୦୦୨ ମସିହାରେ ଡେରା ସଚା ସୌଦାର ପୂର୍ବତନ ମ୍ୟାନେଜର ରଞ୍ଜିତ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସିବିଆଇ ଚାର୍ଜସିଟ ଅନୁଯାୟୀ ରାମ ରହିମ ସନ୍ଦେହ କରିଥିଲେ ଯେ ଡେରା ମୁଖ୍ୟଙ୍କ ଦ୍ୱାରା ଯୌନ ଶୋଷଣ ମାମଲା ଦର୍ଶାଯାଇଥିବା ଏକ ଚିଠିର ପ୍ରସାରଣ ପଛରେ ରଣଜିତ ସିଂ ଥିଲେ ବୋଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe