ବଳପୂର୍ବକ ବନ୍ଧ୍ୟାକରଣ ମାମଲାରେ ରାମ୍‌ ରହିମଙ୍କୁ ମିଳିଲା ଜାମିନ୍‌

Advertisment
ଚାଷ କରିବା ଲାଗି ଜେଲରୁ ଦେଢମାସ ଛୁଟି ମାଗିଲା ବିବାଦୀୟ ଧର୍ମଗୁରୁ ଗୁରମୀତ ରାମରହିମ

ହରିଆଣା(ପଞ୍ଚକୁଲା): ଆତ୍ମଘୋଷିତ ଭଗବାନ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍‌ ରାମ ରହିମ୍‌ ଇନ୍‌ସାନଙ୍କୁ ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ପକ୍ଷରୁ ୪୦୦ ସାଧୁଙ୍କ ବନ୍ଧ୍ୟାକରଣ କରିଥିବା ମାମଲାରେ ଜାମିନ ମିଳିଛି। ପ୍ରାୟ ୪୦୦ ଜଣ ସାଧୁଙ୍କୁ ରାମ୍‌ ରହିମ୍‌ ବନ୍ଧ୍ୟାକରଣ ପାଇଁ ବାଧ୍ୟ କରିଥିବା ଅଭିଯୋଗ ରହିଥିଲା। ଯଦିଓ ତାଙ୍କୁ ଏହି ଗୋଟିଏ ମାମଲାରେ ଜାମିନ୍‌ ପ୍ରଦାନ କରାଯାଇଛି, ମାତ୍ର ୨ ଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ତାଙ୍କୁ ୨୦ ବର୍ଷ ଜେଲ୍‌ରେ ରହିବାକୁ ପଡ଼ିବ।

ପୂର୍ବରୁ ଅଗଷ୍ଟ ୨୩ ତାରିଖରରେ ସିବିଆଇର ସ୍ପେସିଆଲ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ରାମ୍‌ ରହିମଙ୍କ ଜାମିନ୍‌ ଆବେଦନକୁ ଖାରଜ କରାଯାଇଥିଲା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସ୍ୱତନ୍ତ୍ର ସିବିଆଇ ମୁଖ୍ୟ ବିଚାରପତି ଜଗ୍‌ଦୀପ ସିଂହଙ୍କ ପୂର୍ବରୁ ରାମ୍‌ ରହିମ୍‌ ଜାମିନ୍‌ ଆବେଦନ କରିଥିଲେ।

ଉଲ୍ଲେଖଯୋଗ୍ୟ, ନିଜର ଡେରା ସଚ୍ଚା ସୌଦା ଆଶ୍ରମର ଦୁଇ ଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ରାମ ରହିମ୍‌ଙ୍କୁ ୨୦୧୭ ମସିହାରେ ମୁଖ୍ୟ ବିଚାରପତି ଜଗ୍‌ଦୀପ ସିଂହ ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe