ଗିରଫଦାରି ଏଡାଇବାକୁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ହନିପ୍ରୀତ !

Advertisment
ଗିରଫଦାରି ଏଡାଇବାକୁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ହନିପ୍ରୀତ !
ନୂଆଦିଲ୍ଲୀ: ଦୁଷ୍କର୍ମ ଅପରାଧୀ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତ ସୋମବାର ତାଙ୍କ ଗିରଫଦାରି ଏଡାଇବା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।
 
ମିଳିଥିବା ଖବର ଅନୁଯାୟୀ, ଦିଲ୍ଲୀ ହାଇକୋର୍ଟରେ ହନିପ୍ରୀତ କରିଥିବା ତାଙ୍କର ଅଗ୍ରିମ ଜାମିନ ପାଇଁ ଆବେଦନରେ ନିଜ ନାମକୁ ତନେଜା ବୋଲି ଉଲ୍ଲେଖ କରିଛନ୍ତି। ହନିପ୍ରୀତଙ୍କ ଏହି ଆବେଦନର ଶୁଣାଶି  ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର କରିବାର ସମ୍ଭାବନା ରହିଛି !
 
ଅନ୍ୟ ପକ୍ଷରେ ଶୁଣିବାକୁ ମିଳୁଛି, ହନିପ୍ରୀତଙ୍କ ଆବେଦନକୁ ଯଦି ଦିଲ୍ଲୀ ହାଇକୋର୍ଟ ସ୍ୱୀକାର କରିଦିଅନ୍ତି ତେବେ ତାଙ୍କୁ କିଛିଦିନ ପାଇଁ ଅଗ୍ରମି ଜାମିନ ମିଳିଯିବ। ତେବେ ଯାହା ଜଣାପଡ଼ୁଛି ହନିପ୍ରୀତ ଦିଲ୍ଲୀ ହାଇକୋର୍ଟ କରିଥିବା ଏହି ଆବେଦନକୁ ହାଇକେର୍ଟ ପଞ୍ଜାବ ହାଇକୋର୍ଟଙ୍କ ନିକଟକୁ ପଠାଇ ଦେବାର ଯଥେଷ୍ଟ ସମ୍ଭବାନ ରହିଛି।
 
ଏମିତି ବି ହୋଇପାରେ ଦିଲ୍ଲୀ ହାଇକୋର୍ଟ ପ୍ରଥମେ ହନିପ୍ରୀତଙ୍କୁ ପୁଲିସ ନିକଟରେ ଆତ୍ମସମର୍ପଣ କରି ପରେ ନିୟମିତ ଜାମିନ ଆବେଦନ କରିବା ପାଇଁ କହି ପାରନ୍ତି!
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe