ମୋର ପ୍ରିୟ ବ୍ୟକ୍ତିମାନେ ମୋତେ ଆଘାତ ଦେଇଥିଲେ; ନିଖୋଜ ପଛରେ ପ୍ରକୃତ କାରଣ କହିଲେ ଗୁରୁଚରଣ

ମୋର ପ୍ରିୟ ବ୍ୟକ୍ତିମାନେ ମୋତେ ଆଘାତ ଦେଇଥିଲେ; ନିଖୋଜ ପଛରେ ପ୍ରକୃତ କାରଣ କହିଲେ ଗୁରୁଚରଣ

ନୂଆଦିଲ୍ଲୀ: ‘ତାରକ ମେହତା କା ଉଲଟା ଚଷମା’ର ଲୋକପ୍ରିୟ ଅଭିନେତା ଗୁରୁଚରଣ ସିଂହ ହଠାତ ନିଖୋଜ ହୋଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଚଳିତବର୍ଷ ଏପ୍ରିଲ ୨୬ ତାରିଖରେ ଗୁରୁଚରଣ ନିଖୋଜ ହୋଇଯାଇଥିବ‌ା ତାଙ୍କ ବାପା ଅଭିଯୋଗ କରି କହିଥିଲେ। ପୁଲିସ ଖୋଜାଖୋଜି କରିଥିଲେ ବି ଗୁରୁଚରଣଙ୍କ ପତ୍ତା ମିଳିନଥିଲା। ହେଲେ ୨୬ଦିନ ପରେ ଅଭିନେତା ନିଜେ ଘରକୁ ଫେରିଥିଲେ। ବର୍ତ୍ତମାନ ଅଭିନେତା ଏକ ସାକ୍ଷାତକାରରେ ନିଖୋଜ ହେବାର ପ୍ରକୃତ କାରଣ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, “ବେଳେବେଳେ ଏପରି ଏକ ସମୟ ଆସେ ଯେତେବେଳେ ତୁମେ ନିଜ ପରିବାର ଏବଂ ଦୁନିଆଠାରୁ ନିଜକୁ ଦୂରେଇ ରଖିବାକୁ ଚାହଁ। କାମ ପାଇବାକୁ ଚେଷ୍ଟା କରୁଥିବା ବେଳେ ମୋର ନିକଟ ଏବଂ ପ୍ରିୟ ବ୍ୟକ୍ତିମାନେ ମୋତେ ଆଘାତ ଦେଇଥିଲେ। ଅନେକ ଚେଷ୍ଟା ପରେ ବି ମୋତେ କାମ ମିଳୁନଥିଲା। ଏସବୁ ଭିତରେ ମୁଁ ଭାଙ୍ଗିପଡ଼ିଥିଲେ ବି ମନରେ ଭାବିନେଇଥିଲି ଯେ, ଯାହା ହେଉନା କାହିଁକି ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିବି ନାହିଁ। ”

ମୁଣ୍ଡ ଉପରେ ଋଣ ଭାର ଥିବାରୁ ଗୁରୁଚରଣ ଫେରାର ହୋଇଯାଇଥିବା କହିଥିଲେ ଲୋକେ। ଏହା ଉପରେ ପ୍ରତିକ୍ରିୟା ଦେଇ ଗୁରୁଚରଣ କହିଛନ୍ତି ଯେ, “ମୁଣ୍ଡ ଉପରେ ଋଣ ଭାର ଥିବାରୁ କିମ୍ବା ଋଣ ପରିଶୋଧ କରିବାରେ ଅକ୍ଷମ ଥିବାରୁ ମୁଁ ଘର ଛାଡ଼ିନଥିଲି। ମୋ ମୁଣ୍ଡ ଉପରେ ଏବେ ବି ଋଣ ଅଛି। ମୋର ଉଦ୍ଦେଶ୍ୟ ଭଲ। ମୁଁ ଏବେ ବି କ୍ରେଡିଟ କାର୍ଡ ବିଲ ଏବଂ ବ୍ୟାଙ୍କ ଋଣ ଦେବା ପାଇଁ ଲୋକଙ୍କଠାରୁ ଟଙ୍କା ଧାର ଆଣୁଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe