ଗୁରୁଦ୍ବାରକୁ ମସ୍‌ଜିଦ୍‌ରେ ପରିଣତ କରାଯିବା ପ୍ରୟାସକୁ ଅମରିନ୍ଦରଙ୍କ ନିନ୍ଦା

Advertisment
ଗୁରୁଦ୍ବାରକୁ ମସ୍‌ଜିଦ୍‌ରେ ପରିଣତ କରାଯିବା ପ୍ରୟାସକୁ ଅମରିନ୍ଦରଙ୍କ ନିନ୍ଦା

Organiser

ଚଣ୍ଡିଗଡ଼: ପାକିସ୍ତାନର ଲାହୋର ସହରରେ ଏକ ପ୍ରସିଦ୍ଧ ଗୁରୁଦ୍ବାରକୁ ମସ୍‌ଜିଦ୍‌ରେ ବଦଳାଇ ଦିଆଯିବା ପ୍ରୟାସକୁ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦୃଢ଼ ନିନ୍ଦା କରିଛନ୍ତି। ଟ୍ବିଟ୍‌ କରି ସେ କହିଛନ୍ତି- ଲାହୋରରେ ପବିତ୍ର ଶ୍ରୀ ସହିଦି ସ୍ଥାନ ଗୁରୁଦ୍ବାରକୁ ମସ୍‌ଜିଦ୍‌ରେ ପରିଣତ କରିବାକୁ ‌ଚାଲିଥିବା ପ୍ରୟସାକୁ ମୁଁ ଦୃଢ଼ ନିନ୍ଦା କରୁଛି। ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ମୋର ଅନୁରୋଧ ସେ ଦୃଢ଼ତାର ସହ ଏହି ମାମଲାକୁ ପାକିସ୍ତାନ ସମ୍ମୁଖରେ ଉଠାନ୍ତୁ ଏବଂ ଧାର୍ମିକ ସ୍ଥଳଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବାକୁ ପାକିସ୍ତାନ ଉପରେ ଚାପ ସୃଷ୍ଟି କରନ୍ତୁ। ଏ ବାବଦରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଏଭଳି ନିଷ୍ପତ୍ତିକୁ କଡ଼ା ବିରୋଧ କରିଛି ଏବଂ ଏ ବାବଦରେ ପାକ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe