ଗୁରୁଗ୍ରାମ: ଚାକିରି ଯିବା ପରେ କମିଗଲା ଗୁରୁତ୍ବ...ଚାକିରି ଛାଡ଼ିବା ୩ଦିନ ନହେଉଣୁ ଗଣି ଗଣି ଖାଇବାକୁ ଦେଲେ ପରିବାର ଲୋକେ। ‌ଯେଉଁ ମା’ ଦିନେ ଘରକୁ ଆସିଲେ ପେଟପୁରା ଖାଇବାକୁ ଦେଉଥିଲା, ସେ ଆଜି ରୁଟି ଗଣିକି ଦେଉଛି। ମାତ୍ର ୩ଦିନ ଭିତରେ ପରିବାରର ଏରୂପ ଦେଖି ଭାଙ୍ଗିପଡ଼ିଛନ୍ତି ଯୁବକ। ନିଜ ମନର କୋହକୁ କିଛି ଦିନ ଚାପି ରଖିବା ପରେ ଏବେ ସେ ଭିଡିଓ ମାଧ୍ୟମରେ ନିଜ ମନ କଥା କହିଛନ୍ତି। ବାହାର ଲୋକଙ୍କ କଥା ଛାଡ଼, ଘରେ ଏଭଳି ଗୁରୁତ୍ବହୀନ ହୋଇପଡ଼ିବା ଦେଖି ଯୁବକଜଣଙ୍କ ସହିପାରୁନାହନ୍ତି।

Advertisment

ମୁଁ ସହିପାରୁନାହିଁ

"ଏବେ ମୁଁ ଘରେ...ଚାକିରି ଛାଡ଼ିବା ମାତ୍ର ୩ଦିନ ହୋଇଛି। ଅଧିକ ଦରମା ପାଇ ଭଲ ଚାକିରି ଖଣ୍ଡିଏ କରିବି ଓ ପରିବାରକୁ ଭଲ ଜୀବନ ଦେବି...ଏହା ହିଁ ମୋର ଲକ୍ଷ୍ୟ ଥିଲା। ସବୁ ପୁଅଙ୍କ ଭଳି ମୁଁ ମଧ୍ୟ ପରିବାରର ଦାୟିତ୍ବ ନେଇଆସୁଥିଲି। ଯେବେ ଯାଏଁ ଟଙ୍କା ରୋଜଗାର କରୁଥିଲି, ସବୁ ଠିକ୍ ଥିଲା। ହେଲେ ଚାକିରି ଛାଡ଼ିବା ମାତ୍ରେ ସବୁ ବଦଳିଯାଇଛି। କାଲି ଯେଉଁ ମା’ ‌ପେଟ ପୁରିଯିବା ପରେ ବି ଖାଇବାକୁ ବାଧ୍ୟ କରୁଥିଲା ଆଜି ସେହି ପରିବାରରେ ମୋତେ ରୁଟି ଗଣିକି ଦିଆଯାଉଛି। ମାତ୍ର ୩ଦିନରେ ମୋ‌ର ଗୁରୁତ୍ବ କେତେ ମୁଁ ବୁଝି ସାରିଛି। ଚାକିରି ଥିବା ଯାଏ ସବୁ ଠିକ୍ ଥିଲା...ହେଲେ ଏବେ ନିଜ ପରିବାରର ଏଭଳି ବ୍ୟବହାର ମୁଁ ସହିପାରୁନାହିଁ" ବୋଲି ସେ କହିଛନ୍ତି।

ପକେଟରେ ଟଙ୍କା ନଥିଲେ କେହି ପଚାରିବେ ନାହିଁ

ସେ ଆହୁରି କହିଛନ୍ତି ଯେ, "କାଲି ମୁଁ ମାସକୁ ମାସ ଘରକୁ ଟଙ୍କ‌ା ଦେଉଥିଲି ବୋଲି ରାଜା ପୁଅ ବୋଲି କହୁଥିଲେ, ହେଲେ ଆଜି ଚାକିରି ନାହିଁ ବୋଲି ମୋର ଗୁରୁତ୍ବ ନାହିଁ। ସମସ୍ତଙ୍କୁ ମୁଁ ଅପିଲ୍‌ କରିବି...ଯେଉଁ ପ୍ରକାରରେ ମଧ୍ୟ ହେଉ ଟଙ୍କା ଆୟ କରନ୍ତୁ। କାରଣ ପକେଟରେ ଟଙ୍କା ନଥିଲେ...କେହି ପଚାରିବେ ନାହିଁ...ନିଜ ଘର ଲୋକ ମଧ୍ୟ ନୁହେଁ।" ଏହି ପଦଟି କହିବା ବେଳେ ଯୁବକଙ୍କ କଣ୍ଠ ଭାରି ହୋଇପଡ଼ୁଥିବା ଦେଖାଯାଇଥିଲା।

ଏହି ଭିଡିଓଟି ଆଜି ଆମକୁ ସମାଜର ସତ୍ୟତା ସହ ସାମ୍ନାସାମ୍ନୀ କରାଇଛି। ଦିନକୁ ଦିନ କିଭଳି ମଣିଷର ଗୁରୁତ୍ବ କମିବାରେ ଲାଗିଛି ଏବଂ ଟଙ୍କା ସବୁ କିଛି ପାଲଟିଛି, ତାହା ଏ ଭିଡିଓରୁ ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: Death Mystery: ଓଡ଼ିଆ ଯୁବକଙ୍କୁ ମୃତ ଦର୍ଶାଇ ହଡପ କରିଥାନ୍ତେ ଇନ୍ସ୍ୟୁରାନ୍ସ ଟଙ୍କା, ହେଲେ ସଂସ୍କାରବେଳେ ଜଣାପଡିଗଲା ସତ