ବମ୍ବଲ ଡେଟିଂ ଆପରେ ଯୁବତୀଙ୍କୁ ଭେଟିବା ପରେ ୨ଲକ୍ଷ ଟଙ୍କା ହରାଇଲେ ଯୁବକ

ବମ୍ବଲ ଡେଟିଂ ଆପରେ ଯୁବତୀଙ୍କୁ ଭେଟିବା ପରେ ୨ଲକ୍ଷ ଟଙ୍କା ହରାଇଲେ ଯୁବକ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ଭେଟିବା ଆଶାରେ ଡେଟିଂ ଆପ୍‌ ବମ୍ବଲରେ ଯୋଗ ଦେଇଥିଲେ, କିନ୍ତୁ ସମ୍ପୃକ୍ତ ଯୁବତୀ ଜଣକ ଜଣେ ଠକେଇକାରୀ ସାବ୍ୟସ୍ତ ହେବାରୁ ସେ ୨ ଲକ୍ଷ ଟଙ୍କା ହରାଇଛନ୍ତି। ଏହି ଘଟଣା ଘଟିଛି ଦିଲ୍ଲୀର ଗୁରୁଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଆଇଟିରେ କାମ କରୁଥିବା ଜନୈକା ମହିଳାଙ୍କୁ ମିଥ୍ୟା ଅସଦାଚରଣ ଅଭିଯୋଗରେ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ମହିଳା ଜଣକ ଏକ ଡେଟିଂ ଆପ୍‌ରେ ଜନୈକ ଯୁବକଙ୍କୁ ଭେଟିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ସହଯୋଗୀଙ୍କ ସହାୟତାରେ ତାଙ୍କ ଠାରୁ ୨ଲକ୍ଷ ଟଙ୍କା ମାଗିଥିଲେ। ସୌଭାଗ୍ୟବଶତଃ ବୁଧବାର ଟଙ୍କା ବିନିମୟ ବେଳେ ପୁଲିସ ମହିଳାଙ୍କ ସହଯୋଗୀଙ୍କୁ ଟଙ୍କା ନେଉଥିବା ବେଳେ ଧରିଥିଲା। ଉଭୟଙ୍କ ବିରୋଧରେ ଗୁରୁଗ୍ରାମ ଡିଏଲଏଫ୍‌ ଫେଜ୍‌ ୩ ଥାନାରେ ମାମଲା ରୁଜୁ ହୋଇଛି। ତେବେ, ଆଶ୍ଚର୍ଯ୍ୟର କଥା ହେଉଛି, ଦୁହେଁ ଅନ୍ୟ ୧୨ ଜଣଙ୍କୁ ସମାନ ଢଙ୍ଗରେ ପ୍ରତାରଣା କରିବା ସହ ପୂର୍ବରୁ ୫ ଜଣଙ୍କ ବିରୋଧରେ ମିଥ୍ୟା ଦୁଷ୍କର୍ମ ଓ ଅସଦାଚରଣ ଅଭିଯୋଗ ଆଣିଥିଲେ।

ରିପୋର୍ଟରୁ ପ୍ରକାଶ, ଅଭିଯୁକ୍ତ ଜଣକ ହେଉଛନ୍ତି ବିହାରର ବିନିତା କୁମାରୀ ଓ ତାଙ୍କ ସହଯୋଗୀ ମହେଶ ଫୋଗାଟ ରୋହତକ ଜିଲ୍ଲାର ଭାଲୋଥ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ବିନିତା କୁମାରୀ ଦିଲ୍ଲୀର ଏକ ଆଇଟି କମ୍ପାନିରେ କାମ କରୁଥିବା ବେଳେ ମହେଶ ଫୋଗାଟ ଏକ ଏନଜିଓରେ କାମ କରୁଥିଲେ। ଦୁହେଁ ବମ୍ବଲ ଡେଟିଂ ଆପ୍‌ ଜରିଆରେ ଯୋଡ଼ି ହୋଇଥିଲେ।

ଗତ ୨୮ ତାରିଖରେ ମହିଳା ଜଣକ ପୀଡ଼ିତଙ୍କୁ ସେକ୍ଟର ୨୩ ଅଞ୍ଚଳରେ ଥିବା ଏକ ହୋଟେଲକୁ ନେଇଯାଇଥିଲେ। ସେ ତାଙ୍କୁ ବିୟର ପିଇବାକୁ ବାଧ୍ୟ କରିଥିଲେ। କିନ୍ତୁ ସେ କିଛି ସନ୍ଦେହ କରିଥିଲେ ଏବଂ ବିୟର ପିଇବାକୁ ମନା କରିଦେଇଥିଲେ। ଏହାପରେ ସେ ତୁରନ୍ତ ହୋଟେଲରୁ ବାହାରି ଚାଲି ଯାଇଥିଲେ। ପରେ ମହିଳା ଜଣକ ପୀଡ଼ିତଙ୍କୁ ଫୋନ୍‌ କରି ସେ ତାଙ୍କ ସହ ଅସଦାଚରଣ କରିଥିବା ନେଇ ମିଥ୍ୟା ଅଭିଯୋଗ ଆଣିଥିଲେ। ଏପରିକି ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ମଧ୍ୟ ଧମକ ଦେଇଥିଲେ। ଏହାପରେ ମହେଶ ଫୋଗଟ ପୀଡ଼ିତଙ୍କୁ ଫୋନ୍‌ କରି ମାମଲାର ସମାଧାନ ପାଇଁ ୫ ଲକ୍ଷ ଟଙ୍କା ମାଗିଥିଲେ ମଧ୍ୟ ଶେଷରେ ସେ ୨ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ।

ପୀଡ଼ିତ ଦୁହିଁଙ୍କୁ ୫୦ ହଜାର ଟଙ୍କା ଦେବା ସହ ବାକି ଟଙ୍କା ଖୁବ୍‌ ଶୀଘ୍ର ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ସେ ପୁଲିସର ଦ୍ୱାରସ୍ଥ ହୋଇ ଏହି ମାମଲାରେ ସାହାଯ୍ୟ ମାଗିଥିଲେ। ଏହାପରେ ପୁଲିସ ଦୁଇ ଜଣଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ପୁଲିସ କରିଥିବା ଯୋଜନା ମୁତାବକ ପୀଡ଼ିତ ଜଣକ ମହିଳାଙ୍କୁ ବକେୟା ଟଙ୍କା ନେବା ପାଇଁ ସାଇ ମନ୍ଦିର ନିକଟ ମୌଲସରୀ ମାର୍କେଟକୁ ଡାକିଥିଲେ। ତେବେ, ମହିଳାଙ୍କ ସହଯୋଗୀ ମହେଶ ଫୋଗାଟ ଆସି ଟଙ୍କା ନେଉଥିବା ବେଳେ ଧରାପଡ଼ିଥିଲା। ପରେ ବିନିତା କୁମାରୀଙ୍କୁ ଗୁରୁଗ୍ରାମର ଡିଏଲଏଫ-୩ର ୟୁ ବ୍ଲକରୁ ଗିରଫ କରାଯାଇଥିଲା ବୋଲି ଏସିପି କୌଶିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ୫୦ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ୍‌ ଜବତ କରିଛି। ସୂଚନାଯୋଗ୍ୟ, ମହିଳା ଜଣକ ପୂର୍ବରୁ ଦୁଷ୍କର୍ମ ଓ ଅସଦାଚରଣ ଭଳି ୪ଟି ମିଥ୍ୟା ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଉଭୟ ବିନିତା କୁମାରୀ ଏବଂ ମହେଶ ଫୋଗାଟଙ୍କୁ ସିଟି କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe