୫ ରାଜ୍ୟରେ ଗ୍ରୀଷ୍ମଲହରି ସତର୍କତା, ଗୁରୁଗ୍ରାମରେ ୪୫ ଡିଗ୍ରି ଟପିଲା

Advertisment
୫ ରାଜ୍ୟରେ ଗ୍ରୀଷ୍ମଲହରି ସତର୍କତା, ଗୁରୁଗ୍ରାମରେ ୪୫ ଡିଗ୍ରି ଟପିଲା

Hindustan Times

ନୂଆଦିଲ୍ଲୀ: ସମ୍ପ୍ରତି ସମଗ୍ର ଉତ୍ତରପଶ୍ଚିମ ଭାରତରେ ଅସହ୍ୟ ଗ୍ରୀଷ୍ମ ଲହରି ଅନୁଭୂତ ହେଉଥିବା ବେଳେ ଗୁରୁବାର ଗୁରୁଗ୍ରାମ ତାପମାତ୍ରା ୪୫ ଡିଗ୍ରି ସେଲସିୟସ ଅତିକ୍ରମ କରିଛି। ଆଜିର ସର୍ବୋଚ୍ଚ ତାପମାତ୍ରା ୪୫.୬ ଡିଗ୍ରି ଥିବା ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପାଞ୍ଚଟି ରାଜ୍ୟରେ ତାପ ଲହରି ପ୍ରବଳ ହେବ ଏବଂ ସେମାନେ ସବୁଠାରୁ ଉତ୍ତପ୍ତ ଗ୍ରୀଷ୍ମ ଋତୁର ସାମନା କରିବେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଥିବା ବେଳେ ଗୁରୁଗ୍ରାମରେ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିଛି। ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଓ ଓଡ଼ିଶାକୁ ଗ୍ରୀଷ୍ମଲହରିର ଚେତାବନୀ ଦିଆଯାଇଛି। ଆସନ୍ତା ତିନିଦିନ ଭିତରେ ଉତ୍ତରପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ୨ ଡିଗ୍ରି ବଢ଼ିବ ଓ ତା’ପରେ ୨ ଡିଗ୍ରି କମିବ ବୋଲି ପାଣିପାଗ ବିଭାଗ କହିଛି।

ଆଜି ନୂଆଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରି ସେଲସିୟସ ରହିଛି। ମାର୍ଚ୍ଚ ଶେଷ ସପ୍ତାହରୁ ଅଦ୍ୟାବଧି ଉତ୍ତରପଶ୍ଚିମ ଭାରତରେ ସ୍ବାଭାବିକତାଠାରୁ ଅଧିକ ତାପମାତ୍ରା ରହିଛି। ତେବେ ଗତ ସପ୍ତାହରେ ମେଘୁଆ ପାଗ ହେତୁ ତାପ ଟିକିଏ କମ୍ ଥିଲା। ଏପ୍ରିଲ ୨୮ରୁ ଜାତୀୟ ରାଜଧାନୀରେ ତାପ ଲହରି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗୁରୁବାର ଦିଲ୍ଲୀରେ ଶକ୍ତିର ଚାହିଦା ଏପ୍ରିଲ ମାସରେ ପ୍ରଥମ ଥର ପାଇଁ ୬,୦୦୦ ମେଗା ୱାଟ୍ ଅତିକ୍ରମ କରିଥିଲା। ରାଜସ୍ଥାନରେ କାରଖାନାଗୁଡ଼ିକ ପାଇଁ ଚାରିଘଣ୍ଟା ବିଜୁଳି କାଟ ହେଉଥିବା ବେଳେ ଗୁଜରାଟ ଓ ଆନ୍ଧ୍ରପ୍ରଦେଶ ପରେ ଶକ୍ତିର ଅଭାବ ଯୋଗୁ ଶିଳ୍ପକାରଖାନା ଠିକ୍‌ଭାବେ ଚାଲି ନ ପାରିବାରେ ଏହା ହେଉଛି ତୃତୀୟ ରାଜ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe