ଭୁଲ ରାସ୍ତାରେ ଯିବାରୁ ଅପହରଣ ଓ ଦୁଷ୍କର୍ମ ହେବା ଭୟରେ ଅଟୋରୁ ଡେଇଁଲେ ମହିଳା

ଭୁଲ ରାସ୍ତାରେ ଯିବାରୁ ଅପହରଣ ଓ ଦୁଷ୍କର୍ମ ହେବା ଭୟରେ ଅଟୋରୁ ଡେଇଁଲେ ମହିଳା

ନୂଆଦିଲ୍ଲୀ: ଅପହରଣ ଭୟରେ ଆଟୋରୁ ଡେଇଁଲେ ଯୁବତୀ। ଅଟୋ ଚାଳକଜଣକ ଭୁଲ ରାସ୍ତାରେ ଗାଡ଼ି ନେବା ପରେ ଅନ୍ୟ କିଛି ବାଟ ନପାଇ ଏଭଳି କରିଛନ୍ତି ଗୁରୁଗ୍ରାମରେ ରହୁଥିବା ଯୁବତୀ। ନିଜ ସହ ଘଟିଥିବା ଘଟଣା ବିଷୟରେ ଲେଖି ଟ୍ବିଟ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ମହିଳାଙ୍କ ନାଁ ନିଷ୍ଠା ବୋଲି ଜଣାପଡ଼ିଥିବା ବେଳେ ସେ ଯୋଗାଯୋଗ ବିଶେଷଜ୍ଞ ଭା‌ବେ କାମ କରନ୍ତି। ତାଙ୍କ ଟ୍ବିଟ ଅନୁଯାୟୀ, ଘଟଣା ଦିନ ସେ ଏକ ଅଟୋରେ ଘରକୁ ଫେରୁଥିଲେ। ଦିନ ୧୨ଟା ୩୦ରେ ସେ ଅଟୋରେ ଘରକୁ ବାହାରିଥିଲେ। ପେଟିଏମ ଜରିଆରେ ଟଙ୍କା ଦେବି ବୋଲି କହି ନିଷ୍ଠା ଅଟୋରେ ଚଢ଼ିଥିଲେ। କିଛି ବାଟ ଆସିବା ପରେ ଅଟୋ ଚାଳକଜଣକ ଡାହାଣକୁ ଯିବା ପରିବର୍ତ୍ତେ ବାମ ପାର୍ଶ୍ବକୁ ଗାଡ଼ି ନେଇଥିଲେ। ନିଷ୍ଠା ବାରମ୍ବାର ତାଙ୍କୁ ଏହାର କାରଣ ପଚାରୁଥିଲେ ବି ଉତ୍ତର ନଦେଇ ଭଗବାନଙ୍କ ନାଁ ନେବା ଆରମ୍ଭ କରିଥିଲେ ଅଟୋ ଚାଳକ। ଏହା ଦେଖି ନିଷ୍ଠା ଚାଳକଙ୍କୁ ୮-୧୦ଥର ମାଡ଼ ମାରିଥିଲେ ବି ସେ ଗାଡ଼ି ଅଟକାଇନଥିଲେ। ଏତେ ସବୁ ପରେ ନିଷ୍ଠା ଅଟୋରୁ ଡେଇଁ ପଡ଼ିବା ଉଚିତ ମନେ କରିଥିଲେ।

publive-image indiatoday

ତାଙ୍କ ଟ୍ବିଟ ଅନୁଯାୟୀ, ନିଖୋଜ ହେବା ଅପେକ୍ଷା ଗୋଡ଼ ଭାଙ୍ଗିଯିବା ଭଲ ବୋଲି ଭାବି ସାହାସ କରି ସେ ଅଟୋରୁ ଡେଇଁ ପଡ଼ିଥିଲେ। ଏହା ପରେ ସମାନ୍ୟ ଆହତ ହେବା ସହ ସେ ଚାଲିଚାଲି ଘରେ ପହଞ୍ଚିଥିଲେ। ହେଲେ କିଛି ହେବା ଡରରେ ସେ ଅଟୋର ନମ୍ବର ଲେଖିପାରିନଥିଲେ। ଏହା ପାଇଁ ସେ ପଶ୍ଚାତାପ କରୁଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe