ବର୍ଷେ ପାଇଁ ଉତ୍ତରାଖଣ୍ଡରେ ବ୍ୟାନ ହେଲା ଗୁଟଖା ଓ ପାନ ମସଲା

ସିଗାରେଟ ସହ ଗୁଟଖା ବିକିବାକୁ ଏଣିକି ଦୋକାନୀଙ୍କୁ ନେବାକୁ ପଡିବ ଲାଇସେନ୍ସ, ନହେଲେ ଦେବେ ୫ ହଜାର ଟଙ୍କାର ଜରିମାନା

ହରିଦ୍ୱାର: ଉତ୍ତରାଖଣ୍ଡ ସରକାର ବର୍ଷକ ପାଇଁ ଗୁଟଖା ଓ ପାନ ମସଲା ଉପରେ ବ୍ୟାନ ଜାରି କରିଛନ୍ତି | ଗୁଟଖା ଓ ପାନ ମସଲାର ପ୍ରସ୍ତୁତି ସହ ବିକ୍ରି ଉପରେ ଏହି କଟକଣା ଜାରି କରାଯାଇଛି | ଯେଉଁ ସବୁ ଗୁଟଖାରେ ତମାଖୁ ଓ ନିକୋଟିନର ମାତ୍ରା ଅଧିକ ରହିଛି ସେହି ପାନ ମସଲା ଉପରେ ସରକାର ବ୍ୟାନ ଜାରି କରିଛନ୍ତି |

publive-image The Hindu

ଖାଦ୍ୟ ସୁରକ୍ଷା ଆୟୁକ୍ତ ଏ ନେଇ ନିର୍ଦ୍ଦେଶନାମା ଜାରି କରିବା ସହ ଲୋକଙ୍କର ସ୍ୱାସ୍ଥ୍ୟ ପ୍ରତି ପଡୁଥିବା ହାନିକାରକ ପ୍ରଭାବକୁ ଦେଖି ଏହି ବ୍ୟାନ ଲଗାଯାଇଛି | ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଗୁଟଖା ଓ ପାନମସଲାରେ ଯେଭଳି ମାତ୍ରାରେ ନିକୋଟିନ ରହୁଛି ଯାହାର ଏକ ବଡ଼ ପ୍ରଭାବ ଦେଖିବାକୁ ମିଳୁଛି | ତମାଖୁ ସେବନ ଦ୍ୱାରା କେବଳ କର୍କଟ ନୁହେଁ, ହୃଦ୍‌ରୋଗ ଆଶଙ୍କା ବି ରହିଛି।

ଏବେ ଦେଶରେ ୩୦% ଲୋକ ତମାଖୁ ସେବନ ଦ୍ୱାରା ହୃଦ୍‌ରୋଗର ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାର ମାତ୍ରା ବି ଦିନକୁ ଦିନ ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ତମାଖୁ ସେବନ ଜନିତ ହୃଦ୍‌ରୋଗ ଏବେ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ସାରା ବିଶ୍ୱରେ ମୁଣ୍ଡ ଟେକିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe