ଭୋଟ ଦେଇ ଆସିବା ପରେ ଲୋକଙ୍କୁ ଏସବୁ କ୍ଷେତ୍ରରେ ୫୦ ପ୍ରତିଶତ ରିହାତି ସହିତ ମିଳିବ ନିଶୁଳ୍କ ଚିକିତ୍ସା

Advertisment
ଭୋଟ ଦେଇ ଆସିବା ପରେ ଲୋକଙ୍କୁ ଏସବୁ କ୍ଷେତ୍ରରେ ୫୦ ପ୍ରତିଶତ ରିହାତି ସହିତ ମିଳିବ ନିଶୁଳ୍କ ଚିକିତ୍ସା

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଆସନ୍ତା ମଇ ୭ ତାରିଖରେ ଅନୁଷ୍ଠିତ ହେବ। ଏହି ଦିନ ମଧ୍ୟପ୍ରଦେଶର ୮ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ।

ତେବେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ଭୋଟ୍ ପ୍ରତିଶତ ଆଶା ଠାରୁ କମ୍  ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଭୋଟ୍ ପ୍ରତିଶତକୁ ବୃଦ୍ଧି କରିବାକୁ ଚେଷ୍ଟା କରୁଛି। ଏହି କ୍ରମରେ ପ୍ରମୁଖ ସହ ଗ୍ୱାଲିଅରରେ ପ୍ରଶାସନ କଠିନ ପରିଶ୍ରମ କରୁଛି । ଏଥି‌ରେ ସହରର ଅନେକ ବ୍ୟବସାୟୀ ଏବଂ ସଂଗଠନ ମଧ୍ୟ ଖୁବ ସମର୍ଥନ କରୁଛନ୍ତି।|

ଏଥିପାଇଁ ଗ୍ୱାଲିଅର୍ ପ୍ରଶାସନ ସ୍ୱିପ୍ ଅଭିଯାନ ଅଧୀନରେ ବିଭିନ୍ନ ପ୍ରକାରର ସଚେତନତା ଅଭିଯାନ ଚଲାଉଛି । ଭୋଟ୍ ଦେବା ପରେ ଆଙ୍ଗୁଠିରେ ଲାଗିଥିବା ଇଙ୍କିଚିହ୍ନ ଦେଖାଇବା ଉପରେ ଭୋଟରଙ୍କୁ ଅଫର ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

‌ଭୋଟ ଦେଇ ଆସିଥିବା  ଭୋଟଙ୍କୁ ବସ୍ ଭଡା, ପ୍ରାଣୀ ଉଦ୍ୟାନ ଭ୍ରମଣ, ଭୋଟ୍ କ୍ଲବରେ ଭୋଟ୍ ଦେବା ଉପ‌ରେ ୫୦ପ୍ରତିଶତ ରିହାତି ଦିଆଯିବ । ଏଠାରେ ଥିବା ଏସଏସ କଚୋରୀ ବିକ୍ରେତା ବି ଭୋଟରଙ୍କୁ ଶସ୍ତା ମୂଲ୍ୟରେ କଚୋରୀ ଖୁଆଇବେ ବୋଲି କହିଛନ୍ତି।

ଭୋଟରଙ୍କୁ ଦିଆଯିବାକୁ ଥିବା ରିହାତି ମଧ୍ୟରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍, ନର୍ସିଂହୋମ୍ ଆସୋସିଏସନ୍ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ସଂଘ ଘୋଷଣା କରିଛନ୍ତି ଯେ ଭୋଟ୍ ଦେବା ପରେ ଆସିଥିବା ରୋଗୀଙ୍କୁ ଓପିଡିରେ ଏବଂ ଚିକିତ୍ସାରେ ମଇ ୭ ତାରିଖରୁ ଏକ ସପ୍ତାହ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe