ମୁଁ ବିବାହ କଲେ ସର୍ବପ୍ରଥମେ ଏହା ମାଧ୍ୟମରେ ସମସ୍ତଙ୍କୁ ଜଣାଇବି : ଜୟା କିଶୋରୀ

ମୁଁ ବିବାହ କଲେ ସର୍ବପ୍ରଥମେ ଏହା ମାଧ୍ୟମରେ ସମସ୍ତଙ୍କୁ ଜଣାଇବି : ଜୟା କିଶୋରୀ

jansatta

ନୂଆଦିଲ୍ଲୀ: ପ୍ରସିଦ୍ଧ ପ୍ରବଚକ ତଥା ପ୍ରେରଣାଦାୟୀ ବକ୍ତା ଜୟା କିଶୋରୀ ଖୁବ୍ କମ୍ ସମୟ ମଧ୍ୟରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ପ୍ରେରଣାଦାୟୀ ଭିଡିଓ ରହିଥିବା ବେଳେ ଅନେକ ସମୟରେ ତାଙ୍କ ଭିଡିଓ ଭାଇରାଲ ହୋଇଥାଏ। ତେବେ ନିଜ ଭିଡ଼ିଓକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜୟା ଏବେ ନିଜ ବିବାହ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଆଲୋଚନାର ପରିସରକୁ ଅଛନ୍ତି।

ସେ ଖୁବ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଏଭଳି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜୟା। ସେ ଏବେ ୩ଦିନିଆ କାର୍ଯ୍ୟକ୍ରମ ପାଇଁ ଗ୍ବାଲିୟରରେ ଥିବା ବେଳେ କେବେ ବିବାହ କରିବେ ତାହା ଜଣାଇଛନ୍ତି। ସେ କହିଛନ୍ତି ‌ଯେ, ଏବେ ବିବାହ କରିବାର କୌଣସି ଯୋଜନା ନାହିଁ। ମୁଁ ଯେବେ ବି ବିବାହ କରିବି ସମସ୍ତଙ୍କୁ ଜଣାଇବି। କାହା ମାଧ୍ୟମରେ ନୁହେଁ ‌ମୁଁ ମୋ ଚ୍ୟାନେଲ ମାଧ୍ୟମରେ ମୋ ବିବାହ ବିଷୟରେ ଜଣାଇବି। ତେଣୁ କୌଣସି ଗୁଜବ ଉପରେ ଭରସା କରନ୍ତୁ ନାହିଁ।

କିଛି ଦିନ ତଳେ ନିଜ ବିବାହ ଯୋଜନା ବିଷୟରେ ପ୍ରଶ୍ନ କରାଯିବା ପରେ ସେ କହିଥିଲେ ଯେ, ଯେତେ‌ବେଳେ ମୋର ବିବାହ ହେବ, ମୁଁ ନିଶ୍ଚୟ ସମସ୍ତଙ୍କୁ ଜଣାଇବି। ଏହାକୁ ଲୁଚାଇବି ନାହିଁ, କାରଣ ଏହା ଲୁଚାଇବା ଭଳି କଥା ନୁହେଁ। ହେଲେ ଏବେ ବିବାହ କରିବାର ଯୋଜନା ନାହିଁ। ବହୁତ କାମ କରିବାକୁ ବାକି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe