ଜ୍ଞା‌ନବାପୀ ମସଜିଦ ମାମଲା: ୧୪ ନଭେମ୍ବର ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ

Advertisment
ଜ୍ଞା‌ନବାପୀ ମସଜିଦ ମାମଲା: ୧୪ ନଭେମ୍ବର ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ

Times of India

ବାରଣାସୀ : ଜ୍ଞାନବାପୀ ମସଜିଦ ପରିସରରେ ‘ଶିବଲିଙ୍ଗ’ ପୂଜିବା ସଂକ୍ରାନ୍ତ ଆବେଦନର ଶୁଣାଣି ଆଗାମୀ ନଭେମ୍ବର ୧୪ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ବାରଣାସୀ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବାବେଳେ କୋର୍ଟ ଆସନ୍ତା ନଭେମ୍ବର ୧୪କୁ ଏହି ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। ଆବେଦନକାରୀଙ୍କ ଦ୍ବାରା ହୋଇଥିବା ୩ଟି ମୁଖ୍ୟ ଦାବି ଉପରେ କୋର୍ଟ ରାୟ ଦେଇପାରନ୍ତି। ସ୍ବୟମ୍ଭୁ ଜ୍ୟୋର୍ତିଲିଙ୍ଗ ଭଗବାନ ବିଶ୍ବେଶ୍ବରଙ୍କୁ ତୁରନ୍ତ ପୂଜା ଆରମ୍ଭ କରିବାପାଇଁ ଅନୁମତି ଦେବା, ସମଗ୍ର ଜ୍ଞାନବାପୀ ମସଜିଦ ପରିସରକୁ ହିନ୍ଦୁ ପକ୍ଷଙ୍କୁ ‌ଦେବା ଏବଂ ମସଜିଦ ପରିସରରେ ମୁସଲିମଙ୍କ ପ୍ରବେଶ ନିଷିଦ୍ଧ ସଂକ୍ରାନ୍ତରେ ୩ଟି ଦାବି ହୋଇଥିଲା।

ଏହି ୩ଟି ଦାବି ଉପରେ କୋର୍ଟ ଆସନ୍ତା ୧୪ରେ ରାୟ ଦେଇପାରନ୍ତି। ତେବେ ଜ୍ଞାନବାପୀ ମସଜିଦ ପରିସରରେ ଏବେ ମୁସଲିମ ପକ୍ଷଙ୍କୁ ପ୍ରାର୍ଥନା ପାଇଁ ଅନୁମତି ଅଛି। ଉଲ୍ଲେଖଯୋଗ୍ୟ ‌ଯେ ପୂର୍ବ ଶୁଣାଣି ସମୟରେ ବାରଣାସୀ କୋର୍ଟ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର ବୈଜ୍ଞାନିକ ଅନୁଧ୍ୟାନ ପାଇଁ ମନା କରିଦେଇଥିଲେ। ହିନ୍ଦୁ ପକ୍ଷ ଏହି ନିର୍ମାଣର କାର୍ବନ ଡେଟିଂ ପାଇଁ ଦାବି କରିଥିଲେ। ହିନ୍ଦୁ ପକ୍ଷ କହିଛନ୍ତି ଯେ ଶିବଲଇଙ୍ଗ କାର୍ବନ ଡେଟିଂ ସଂକ୍ରାନ୍ତ ବାରଣାସୀ କୋର୍ଟଙ୍କ ରାୟକୁ ସେମାନେ ସୁପ୍ରିମକୋର୍ଟ‌ରେ ଚ୍ୟାଲେଂଜ କରିବେ। ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୨୯ ଶୁଣାଣିରେ ହିନ୍ଦୁ ପକ୍ଷ ଏଏସ୍‌ଆଇ ଦ୍ବାରା ‘ଶିବଲିଙ୍ଗ’ର ବୈଜ୍ଞାନିକ ତଦନ୍ତ ପାଇଁ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe