ଜ୍ଞାନବାପି ମସଜିଦ ସର୍ଭେ: ୨ ଦିନରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ, ନମାଜ ପଢ଼ିବା ଉପରେ ଲାଗିବନି ରୋକ୍

Advertisment
ଜ୍ଞାନବାପି ମସଜିଦ ସର୍ଭେ: ୨ ଦିନରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ, ନମାଜ ପଢ଼ିବା ଉପରେ ଲାଗିବନି ରୋକ୍

ବାରଣାସୀ: ସ୍ଥାନୀୟ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦ୍‌ର ଭିଡିଓଗ୍ରାଫି ସର୍ଭେ କାର୍ଯ୍ୟ ଶେଷ ହୋଇଛି। ତୃତୀୟ ଦିନର ସର୍ଭେ ଶେଷ ହେବା ପରେ ଆଇନଜୀବୀ ବିଷ୍ଣୁ ଜୈନ ମସଜିଦ ପରିସରରେ ଥିବା ଏକ କୂଅରୁ ଶିବଲିଙ୍ଗ ମିଳିଥିବା ଦାବି କରିଛନ୍ତି। ୧୨ ଫୁଟ ଉଚ୍ଚର ଏବଂ ୮ ଇଞ୍ଚ ଗୋଲେଇର ଶିବଲିଙ୍ଗ ମିଳିଥିବା କୁହାଯାଇଛି। ଭିଡିଓଗ୍ରାଫି ସର୍ଭେ ‌କାର୍ଯ୍ୟ ଶେଷ ହେବା ପରେ ହିନ୍ଦୁ ପକ୍ଷର ଆଇନଜୀବୀ ଶିବଲିଙ୍ଗ ଥିବା ଦାବି କରିବା ପରେ ମୁସଲିମ ପକ୍ଷ ଶିବଲିଙ୍ଗକୁ ଫାଉଣ୍ଟେନ ବୋଲି ଦାବି କରିଛନ୍ତି।

ଆଜି ଏନେଇ ଶୁଣାଣି ହୋଇଥିବା ବେଳେ ସୁପ୍ରିମକୋର୍ଟ ସର୍ଭେ ରିପୋର୍ଟ ଦାଖଲ କରିବା ପାଇଁ ହିନ୍ଦୁ ପକ୍ଷଙ୍କୁ ୨ଦିନର ସମୟ ଦେଇଛନ୍ତି। ସର୍ଭେ ରିପୋର୍ଟ ଦାଖଲ ହେବା ପରେ ଗୁରୁବାର ଏନେଇ ଶୁଣାଣି ଆଗକୁ ବଢ଼ିବ। ସେ ପର୍ଯ୍ୟନ୍ତ ମିଳିଥିବା ଶିବଲିଙ୍ଗର ସୁରକ୍ଷା କରାଯିବା ସହ ଜ୍ଞାନବାପି ମସଜିଦରେ ନମାଜ ପଢ଼ିବା ଉପରେ ରୋକ୍ ଲଗାଯିବ ‌ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ।

publive-image

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ, କୋର୍ଟ କମିଶନର ଅଜୟ ମିଶ୍ରାଙ୍କୁ ହଟାଇ ଦେଇଛନ୍ତି। ଅଜୟ ମିଶ୍ରାଙ୍କ ସହାୟକ ଆରପି ସିଂ ଗଣମାଧ୍ୟମକୁ ସୂଚନା ଦେଉଥିବା ନେଇ ଅଭିଯୋଗ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ତେବେ ଅଜୟ ପ୍ରତାପ ସିଂ ଏବଂ ବିଶାଲ ସିଂ ସର୍ଭେ ଦଳର ଅଂଶ ରହିବେ। ଏହା ସହ ବିଶାଲ ସିଂ କୋର୍ଟରେ ରିପୋର୍ଟ ଦାଖଲ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe