ଜ୍ଞାନବାପୀ ମାମଲା: ‘ଶିବଲିଙ୍ଗ’ର କାର୍ବନ ଡେଟିଂ ଆବେଦନ ଉପରେ ରାୟ ସଂରକ୍ଷିତ

Advertisment
ଜ୍ଞାନବାପୀ ମାମଲା: ‘ଶିବଲିଙ୍ଗ’ର କାର୍ବନ ଡେଟିଂ ଆବେଦନ ଉପରେ ରାୟ ସଂରକ୍ଷିତ

The Indian Express

ଲକ୍ଷ୍ନୌ : ବାରଣାସୀ କୋର୍ଟରେ ଶୁକ୍ରବାର ଦିନ ଜ୍ଞାନବାପୀ ମସଜିଦ ମାମଲାର ଶୁଣାଣି ଥିଲା। ମସଜିଦ ପରିସରରୁ ମିଳିଥିବା ‘ଶିବଲିଙ୍ଗ’ର କାର୍ବନ ଡେଟିଂ ପାଇଁ କୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି ହୋଇଥିଲା। କିନ୍ତୁ କୋର୍ଟ ଶିବଲିଙ୍ଗର କାର୍ବନ ଡେଟିଂ ଆବେଦନ ଉପରେ କୌଣସି ରାୟ ଦେଇ ନାହାନ୍ତି। କୋର୍ଟ ଏହି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ଅକ୍ଟୋବର ୧୧ରେ କୋର୍ଟ ଏନେଇ ରାୟ ଶୁଣାଇବେ।

ଜ୍ଞାନବାପୀ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ସମେତ ସ୍ବତନ୍ତ୍ର ଯାଞ୍ଚ ପାଇଁ ହିନ୍ଦୁ ମହିଳା ଆବେଦନକାରୀ ବାରଣାସୀ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି କରି ମାମଲାରେ ମହିଳା ଆବେଦନକାରୀଙ୍କ ଓକିଲଙ୍କଠାରୁ ଅଧିକ ସ୍ପଷ୍ଟୀକରଣ ଚାହିଛନ୍ତି। ଅନ୍ୟପ‌କ୍ଷେ ମସଜିଦ କମିଟି ଏହି ବୈଜ୍ଞାନିକ ତଦନ୍ତ ଆବେଦନକୁ ବିରୋଧ କରିଛନ୍ତି। ମସଜିଦ କମିଟି କହିଛନ୍ତି, ମସଜିଦ ପରିସରରୁ ମିଳିଥିବା ‘ଶିବଲିଙ୍ଗ’ ହେଉଛି ବାସ୍ତବରେ ଏକ ‘ଫାଉଣ୍ଟେନ୍‌’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe