ଜ୍ଞାନବାପି ଆମ ମସ୍‌ଜିଦ୍‌, ଆମ ଜୀବନଠୁ ଅଧିକ ପ୍ରିୟ: ‘ଏସ୍‌ପି’ ସାଂସଦ ଶଫିକ୍ୟୁର୍‌ ରହମନ୍‌ ବାର୍କ

Advertisment
ଜ୍ଞାନବାପି ଆମ ମସ୍‌ଜିଦ୍‌, ଆମ ଜୀବନଠୁ ଅଧିକ ପ୍ରିୟ: ‘ଏସ୍‌ପି’ ସାଂସଦ ଶଫିକ୍ୟୁର୍‌ ରହମନ୍‌ ବାର୍କ

ସମ୍ଭଲ୍‌: ଜ୍ଞାନବାପି ଆମ ମସ୍‌ଜିଦ୍‌, ଆମ ଜୀବନଠୁ ଅଧିକ ପ୍ରିୟ ବୋଲି ‘ସମାଜବାଦୀ ପାର୍ଟି’ର ଲୋକସଭା ସାଂସଦ ଶଫିକ୍ୟୁର୍‌ ରହମନ୍‌ ବାର୍କ ରବିବାର ଦିନ କହିଛନ୍ତି। ‘ବିଜେପି’ର ନାମ ଉଲ୍ଲେଖ ନ କରି ସେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ‘ୟୁନିଫର୍ମ ସିଭିଲ୍‌ କୋର୍ଡ’ ୨୦୨୪ ସାଧାରଣ ନିର୍ବାଚନରେ ସେମାନଙ୍କ (ବିଜେପି ନେତା) ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି।

ସମ୍ଭଲର ‘ସମାଜବାଦୀ ପାର୍ଟି’ ସାଂସଦ ତଥା ମୁସ୍‌ଲିମ୍‌ ନେତା ୯୨ ବର୍ଷିୟ ବାର୍କ କହିଛନ୍ତି, ବିରୋଧୀମାନେ ଏକତ୍ର ହୋଇ ପ୍ରତିଦ୍ବନ୍ଦ୍ବିତା କଲେ ସେମାନେ (ବିଜେପି) ୫୦ରୁ ଅଧିକ ଆସନ ପାଇବ ନାହିଁ। ସେମାନେ ଉଠାଉଥିବା ମସ୍‌ଜିଦ୍‌ ଓ ମନ୍ଦିର ଏବଂ ‘ୟୁନିଫର୍ମ ସିଭିଲ୍‌ କୋର୍ଡ’ ପ୍ରସଙ୍ଗ ଏକତା ନୁହେଁ ବିଦ୍ବେଷ ସୃଷ୍ଟି କରୁଛି। ୨୦୨୪ ନିର୍ବାଚନ ଆସୁଥିବାରୁ ସେମାନେ ହିନ୍ଦୁମାନଙ୍କ ସମର୍ଥନ ପାଇବାକୁ ଏମିତି କରୁଛନ୍ତି।

publive-image Image Courtesy of NDTV

ମନ୍ଦିର-ମସ୍‌ଜିଦ୍‌ ବିବାଦ ପ୍ରସଙ୍ଗରେ ପଚାରିବାରୁ ସେ କହିଛନ୍ତି, ପ୍ରତ୍ୟେକ ମସ୍‌ଜିଦ୍‌ରେ ସେମାନଙ୍କୁ ମନ୍ଦିର ଦେଖାଯାଉଛି। ସଂଖ୍ୟାଲଘୁମାନେ ଏତେ ଦୁର୍ବଳ ନୁହନ୍ତି ଯେ, ସେମାନେ ସେମାନଙ୍କ ମସ୍‌ଜିଦ୍‌କୁ ମନ୍ଦିର କରିବାକୁ ଛାଡ଼ିଦେବେ।

ବ‌ାରାଣସୀର ଜ୍ଞାନବାପି ମସ୍‌ଜିଦ୍‌-ଶୃଙ୍ଗାର ଗୌରୀ ଏବଂ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ମସ୍‌ଜିଦ୍‌ ମାମଲାକୁ ଉଦ୍ଦେଶ୍ୟ କରି ସେ କହିଛନ୍ତି, ଏ ସବୁ ଆମ ମସ୍‌ଜିଦ୍‌। ତାହାର ସୁରକ୍ଷା ଆମ ସମ୍ପ୍ରଦାୟଙ୍କର ଦାୟିତ୍ବ। ଆମ ଜୀବନଠୁ ଅଧିକ ପ୍ରିୟ ହୋଇଥିବାରୁ ତାହାକୁ ନିରାପଦ ରଖିବାକୁ ପଡ଼ିବ। ମସ୍‌ଜିଦ୍‌ ପ୍ରତି ଅବିଚାର ହେଲେ ମୃତ୍ୟୁ ପରେ ଆହ୍ଲାଙ୍କୁ ଜବାବ ଦେବାକୁ ପଡ଼ିବ।

publive-image Image Courtesy of Zee News

ସେ ପୁଣି କହିଛନ୍ତି, ସବୁ ହିନ୍ଦୁ ମନ୍ଦ ନୁହନ୍ତି। ‘ଭାରତ ଯୋଡ଼ୋ ଯାତ୍ରା’ ଚଳାଇଥିବା କଂଗ୍ରେସ ନେତା ମନ୍ଦ ନୁହନ୍ତି। ଶରଦ ପାୱାର୍‌ କ’ଣ ହିନ୍ଦୁ ନୁହନ୍ତି? ଅଖିଳେଶ ଯାଦବ କ’ଣ ହିନ୍ଦୁ ନୁହନ୍ତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe