ଜ୍ଞାନବାପି ମସଜିଦ ମାମଲା: ମେ’ ୨୬ରେ ମୁସଲିମ ପକ୍ଷ ଆବେଦନର ଶୁଣାଣି

Advertisment
ଜ୍ଞାନବାପୀ ମାମଲା: ‘ଶିବଲିଙ୍ଗ’ର କାର୍ବନ ଡେଟିଂ ଆବେଦନ ଉପରେ ରାୟ ସଂରକ୍ଷିତ

The Indian Express

ନୂଆଦିଲ୍ଲୀ: ଜ୍ଞାନବାପି-ଶ୍ରୀଙ୍ଗାର ଗୌରୀ ପରିସରର ବୈଧତା ପ୍ରସଙ୍ଗରେ ଶୁଣାଣି ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାରଣାସୀ ଜିଲ୍ଲା କୋର୍ଟର ବିଚାରପତି ଏ କେ ବିଶ୍ବେସ ଏହି ମାମଲାର ଶୁଣାଣି କରିବେ। ଅନ୍ୟପକ୍ଷେ କୋର୍ଟ ଜ୍ଞାନବାପି ମସଜିଦ ମାମଲାରେ ଦାଖଲ ହୋଇଥିବା ଭିଡିଓଗ୍ରାଫି ସର୍ଭେ ରିପୋର୍ଟ ନେଇ ଉଭୟ ହିନ୍ଦୁ ଓ ମୁସ୍‌ଲିମ ପକ୍ଷ ସେମାନଙ୍କ ଅଭିଯୋଗ ଦାଖଲ କରିବାପାଇଁ କୋର୍ଟ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି। ଗତକାଲି ପ୍ରଥମ ପର୍ଯ୍ୟାୟ ଶୁଣାଣି ଶେଷ ହୋଇଥିବା ବେଳେ ଆସନ୍ତା ୨୬ ତାରିଖରେ କୋର୍ଟ ଏହି ମାମଲ‌ାର ପରବର୍ତ୍ତୀ ଶୁଣାଣି କରିବେ। କୋର୍ଟ ମେ’ ୨୬ରେ ପ୍ରଥମେ ମୁସଲିମ ପକ୍ଷର ଆବେଦନ ଶୁଣିବେ। ମସଜିଦ କମିଟିର ଆବେଦନ ଅନୁଯାୟୀ ଗତ ସପ୍ତାହରେ ମସଜିଦ୍‌ ପରିସରରେ ହୋଇଥିବା ଭିଡିଓଗ୍ରାଫି ସର୍ଭେ ବେଆଇନ। ମସଜିଦ୍‌ ପରିସରରେ ଭିଡିଓଗ୍ରାଫି ୧୯୯୧ ଆଇନର ଉଲ୍ଲଂଘନ କରୁଛି ବୋଲି ଆବେଦନରେ ଦର୍ଶାଯାଇଛି। ମସଜିଦ୍‌ କମିଟି ଏହାର ବୈଧତା ପ୍ରସଙ୍ଗକୁ ପ୍ରଥମେ ଶୁଣାଣି ପାଇଁ କହିଥିଲେ ଏବଂ କୋର୍ଟ ଏଥିରେ ରାଜି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe